Odisha Budget:-୨୦୨୫-୨୬ ଉପସ୍ଥାପନ : ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ବରାଦ , ଯାହାକି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ

 
  • ନିଜସ୍ୱ ଟକିସରୁ ଆସିବ ୬୬ ହଜାର କୋଟି
  • ଅଣଟକିସରୁ୬୦ ହଜାର କୋଟିଆୟ
  • ବଜେଟ୍‌ର ୩୭ ପ୍ରତିଶତ ପ୍ରଶାସନିକ ବ୍‌୍ୟୟ
  • ଋଣଭାର ୧.୩୪ ଲକ୍ଷ କୋଟି ଆକଳନ
  • କାର୍ଯ୍ୟକାରୀ ହେବ ୧୬ ନୂଆ ଯୋଜନା

 


ଭୁବନେଶ୍ୱର,: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଯାହାକି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ବିଭିନ୍ନ କ୍ଷେତ୍ର ପାଇଁ ଆର୍ôଥକ ପ୍ୟାକେଜ ଘୋଷଣା ହୋଇଛି। ଏଥିରେ ରାଜ୍ୟର ନିଜସ୍ୱ ଟିକସରୁ ୬୬ ହଜାର କୋଟି ଓ ନିଜସ୍ୱ ଅଣଟିକସରୁ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି। ଏହାଛଡ଼ା କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ୬୪ ହଜାର ୪୦୮ କୋଟି ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ୪୧ ହଜାର ୫୯୧ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। ବିଭିନ୍ନ ସରକାରୀ ସଂସ୍ଥାରୁ ୨୦୨୫-୨୬ ଆର୍ôଥକ ବର୍ଷରେ ୪୭ ହଜାର ୪୦୦ କୋଟି ଟଙ୍କାର ଋଣ କରିବେ ସରକାର ଗତ ଆର୍ôଥକ ବର୍ଷରେ ରାଜ୍ୟ ସରକାର ସରକାରୀ ସଂସ୍ଥାରୁ ୪୩ ହଜାର ୪୯୫ କୋଟି ଟଙ୍କା ଋଣ କରିଥିଲେ। ମୋଟ ବଜେଟର ୩୭ ପ୍ରତିଶତ ପ୍ରଶାସନିକ ବ୍ୟୟ ହୋଇଥିବା ବେଳେ ୫୯ ପ୍ରତିଶତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରାଯିବ । ସେହିପରି ସରକାର ଏଥର ୧୬ଟି ନୂଆ ଯୋଜନା ଆରମ୍ଭ କରିବେ ବିପର୍ଯ୍ୟୟ ପରିଚାଳନା ପାଇଁ ୧ ପ୍ରତିଶତ ଖର୍ଚ୍ଚ ହେବା ସେହିପରି ୨୦୨୫-୨୬ ଆର୍ôଥକ ବର୍ଷରେ ରାଜ୍ୟର ମୋଟ ଋଣଭାର ୧ ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱରରେ ଯାନବାହାନ ଭିଡ଼କୁ ଦୃଷ୍ଟିରେ ରଖି ବିସ୍ତୃତ ସିଟି ରୋଡ ଡିକଞ୍ଜେସନ ଯୋଜନାର ପରିକଳ୍ପନା କରାଯାଇଛି। ଏଥିପାଇଁ ପ୍ରାୟ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣ ସମୟରେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ୨୦୨୫-୨୬ ଆର୍ôଥକ ବର୍ଷରେ ୮୨୦ କୋଟି ଟଙ୍କା ବ୍ୟୟ ହେବ। ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ସକାଶେ ଅର୍ଯ୍ୟୋଦୟ ଗୃହ ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ଏଥିପାଇଁ ମୋଟ୭ ହଜାର ୫ ଶହ ୫୦ କୋଟି ଟଙ୍କାର ବ୍ୟୟ ଅନୁମୋଦନ କରାଯାଇଛି। ଆସନ୍ତା ୩ ବର୍ଷରେ ଅତି କମ୍‌ରେ ୨ ଲକ୍ଷ ୨୫ ହଜାର ନୂତନ କଂକ୍ରିଟ ଘର ମଞ୍ଜୁର କରାଯିବ ୨୦୨୫-୨୬ ବର୍ଷରେ ୭୫ ହଜାର ଗୃହ ନିର୍ମାଣ ଏବଂ ହିତାଧିକାରୀଙ୍କୁ ପ୍ରୋତ୍ସାହନ ପାଇଁ ୨ ହଜାର ୬ ଶହ ୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ୫ ଲକ୍ଷ ଘର ନିର୍ମାଣ ପାଇଁ ୪ ହଜାର ୫ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଦୁର୍ବଳ ଜନଜାତି ଗୋଷ୍ଠୀର ଉନ୍ନତି ପାଇଁ ପିଏମ-ଜନମନ ଯୋଜନାରେ ୨ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବା ଏଥିସହ ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୭ ହଜାର ଘର ନିର୍ମାଣ ପାଇଁ ୭୯୫ କୋଟି ଟଙ୍କା ବ୍ୟୟ ଯୋଜନା ରହିଛି।
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୫ ବର୍ଷ ମଧ୍ୟରେ ୫ ହଜାର କୋଟି ଟଙ୍କା ବିନିଯୋଗ ସହ ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ଲକ୍ଷ୍ୟ ରହିଛି। ଏଥିରେ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ୨ ହଜାର କୋଟି ଟଙ୍କା ରହିଛି। ନୂଆ ଓଡ଼ିଶା ଯୋଜନା, ଉଦୀୟମାନ ଓ ପାରମ୍ପରିକ କ୍ଷେତ୍ରଗୁଡ଼ିକରେ କର୍ମଶକ୍ତି ଚାହିଦା ପୂରଣ ପାଇଁ ଦକ୍ଷତା ତାଲିମ ଓ ଦକ୍ଷତା ନବୀକରଣ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରାଯାଉଥିବା ବେଳେ ଏଥିପାଇଁ ୧୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭୁବନେଶ୍ୱରର ୱାର୍ଲେ ସ୍କିଲ୍ ସେଣ୍ଟର ପାଇଁ ୧୨୩ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଯାହା ଦକ୍ଷତା ତାଲିମକୁ ବୃଦ୍ଧି କରିବା ସହ ଅନ୍ତର୍ଜାତୀୟ ପ୍ରମାଣପତ୍ର ଏ ପ୍ରଦାନ କରିବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୫ ବର୍ଷ ମଧ୍ୟରେ ୧୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ସୁଦକ୍ଷା ଯୋଜନା, ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକରେ ଝିଅମାନଙ୍କ ନାମଲେଖା ବୃଦ୍ଧି, ଅନ୍ତର୍ଭୁକ୍ତିକରଣ ଓ ଆର୍ôଥକ ଗତିଶୀଳତାକୁ ପ୍ରୋତ୍ସାହିତ କରିବାକୁ ୨୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କମ୍ରେହେନ୍‌ସିଭ କ୍ୟାନସର କେୟାର ପ୍ଲାନ ଅଧୀନରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ପୂର୍ବକ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି। ୨୦୨୫-୨୬ ବର୍ଷ ପାଇଁ ଏହି ଯୋଜନା ଅଧୀନରେ ୨୧୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। କୋଭିଡ ମହାମାରୀ କାରଣରୁ ପିତା ବା ମାତା କିମ୍ବା ଉଭୟଙ୍କୁ ହରାଇଥିବା ପିଲାମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ଯତ୍ନ ନେବା ପାଇଁ ସରକାର ଯଶୋଦା ଅଧୀନରେ ଆଶୀର୍ବାଦ ନାମକ ଉପଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥସକାଶେ ୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରଶାସନର ସବୁ ସ୍ତରରୁ ଦୁର୍ନୀତି ଦୂର କରିବାକୁ ରାଜ୍ୟ ସରକାର ସବୁସ୍ତରର ଟେକ୍ନୋଲୋଜିର ବ୍ୟବହାର କରିବେ ଏହି ବ୍ୟବସ୍ଥାକୁ ୱାର୍କ ପାସବୁକ କୁହାଯିବ ଓ ଏହା ସମସ୍ତ ବିଭାଗ ପାଇଁ କାର୍ଯ୍ୟକାରୀ ହେବ ଆସନ୍ତା ବର୍ଷ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଇଞ୍ଜିନିୟରିଂ ବିଭାଗରେ ଏହାକୁ ଲାଗୁ କରାଯିବା ପରବର୍ତୀ ସମୟରେ ସମସ୍ତ ବିଭାଗରେ ଏହି ପ୍ରକ୍ରିୟା ଲାଗୁ ହେବ । ୫ ବର୍ଷ ମଧ୍ୟରେ ଖାଲି ପଡ଼ିଥିବା ୧.୫ ଲକ୍ଷ ସରକାରୀ ପଦବୀକୁ ପୂରଣ କରିବା ପାଇଁ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ଦର ବିକାଶ ପାଇଁ ୧୦୭ କୋଟି ଓ ଆଭ୍ୟନ୍ତରୀଣ ଜଳ ପରିବହନ ପାଇଁ ୨୧୦ କୋଟିର ବ୍ୟୟବରାଦ କରାଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବାବଦରେ ମଧ୍ୟ ୩୦୦ କୋଟିର ବ୍ୟୟବରାଦ କରାଯାଇଛି। ଗୋପବନ୍ଧୁ ସମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ରାଜ୍ୟରେ କାର୍ଯ୍ୟରତ କର୍ମଜୀବୀ ସାମ୍ବାଦିକ ଓ ଦିଲ୍ଲୀରେ ଓଡ଼ିଶାର କର୍ମଜୀବା ସାମ୍ବାଦିକମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମ ଯୋଗାଇ ଦିଆଯାଉଛି। ୩ ବର୍ଷରୁ କମ୍ ବୟସର ପିଲାଙ୍କ ବିକାଶ ପାଇଁ ସରକାର ‘ଆମ କୁନି ପିଲା ଅଭିଯାନ’ କାର୍ଯ୍ୟକାରୀ କରାଯାଉଛି। ଏହା ଏକ ଗୃହଭିଭିକ ଓ ପିତାମାତା ନେତୃତ୍ୱାଧୀନ ପ୍ରାରମ୍ଭିକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ। ପ୍ରାରମ୍ଭିକ ଶୈଶବ ବିକାଶର ଗୁରୁତ୍ୱ, ସେମାନଙ୍କର ଶିକ୍ଷା ଓ ସାମଗ୍ରିକ ବିକାଶ ସମ୍ପର୍କରେ ପିତାମାତା ତଥା ଅଭିଭାବକମାନଙ୍କୁ ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ୨୦୨୫-୨୬ ବଜେଟ୍‌ରେ ଏହି ଯୋଜନା ପାଇଁ ୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସରକାର ସ୍କୁଲ ଶିକ୍ଷା କ୍ଷେତ୍ରରେ ୩୧ ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା କରିଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ। ଏହା ମଧ୍ୟ ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ଆବଣ୍ଟନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରମ୍ପରା ଦ୍ୱାରା ଅନୁପ୍ରାଣିତ । ପଞ୍ଚାୟତ ସ୍ତରରେ ସାମଗ୍ରିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା। ପ୍ରାୟ ୭ ହଜାର ପ୍ରାଥମିକ ବିଦ୍ୟାଳୟର ଉନ୍ନତି କରାଯାଇ ସେଗୁଡିକୁ ଉନ୍ନତ ଭିତ୍ତିଭୂମି, ଶିକ୍ଷଣ ସମ୍ବଳ ଓ ଜୀବନ-ଦକ୍ଷତା ଶିକ୍ଷାରେ ସମର୍ଥ କରାଯିବ। ଯାହା ପିଲାଙ୍କ ଭାଷାଗତ ଓ ଗାଣିତିକ ଦକ୍ଷତାର ବିକାଶ କରିବା ସହ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ କରିବ। ଏହି ଯୋଜନା ପାଇଁ ଚଳିତ ବଜେଟ୍‌ରେ ୨୨୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ସେହିପରି ପଞ୍ଚସଖା ଶିକ୍ଷା ସେତୁ ଅଭିଯାନରେ ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ ଓ କର୍ପୋରେଟ୍ ସଂସ୍ଥାର ସ୍ୱେଚ୍ଛାକୃତ ଅବଦାନ ପରିମାଣର ୨ ଗୁଣା ଅନୁଦାନ ପ୍ରଦାନ କରାଯିବ। ଏଥିରେ ଉନ୍ନତ ଶ୍ରେଣୀଗୃହ, ପୃଥକ ଶୌଚାଳୟ, ମଧ୍ୟାହ୍ନଭୋଜନ ହଲ୍‌, ରୋଷେଇ ଘର, ମୁକ୍ତାକାଶ ପ୍ରେକ୍ଷାଳୟ, ପ୍ରାର୍ଥନା ଗୃହ, ପାନୀୟ ଜଳର ସୁବିଧା ଓ ଖେଳ ପଡ଼ିଆ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ୧୪୦ କୋଟି ଟଙ୍କା ରଖାଯାଇଛି । ଛାତ୍ରଛାତ୍ରୀଙ୍କ ପୁଷ୍ଟି ସାଧନ ସୁନିଶ୍ଚିତ କରିବା, ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ୍ କରିବାକୁ ନିଷ୍ପରି ହୋଇଛି। ଏହାଛନା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଗୋଟିଏ ଲେଖାଏଁ ଅତିରିକ୍ତ ଅଣ୍ଡା ଓ ୩ଟି ପ୍ରୋଟିନ୍‌-ଆଇରନ୍ ଭରପୂର ଲଡୁ ଦିଆଯିବ। ରୋଷେୟା ତଥା ସହାୟିକାମାନଙ୍କ ମାସିକ ପାରିତୋଷିକ ରାଶିକୁ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ୧୧୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ସାଇକେଲ ଯୋଗାଇ ଦେବାକୁ ୧୯୩ କୋଟି ଟଙ୍କା ଓ ୨୦୨୫-୨୬ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଯୋଗାଇ ଦେବାକୁ ୧୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନବମ ଶ୍ରେଣୀର ଛାତ୍ରଛାତ୍ରୀ ପାଇବେ ମାଗଣା ସାଇକେଲ ମଧ୍ୟାହ୍ନଭୋଜନରେ ଲଡୁ ପାଇବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନଭୋଜନରେ ସପ୍ତାହକୁ ଗୋଟେ ଅତିରିକ୍ତ ଅଣ୍ଡା ମିଳିବ। ଏଥିସହ ୩ଟି ପ୍ରୋଟିନ ଓ ଆଇରନ ଲଡୁ ବି ମିଳିବ ।
ପାରାଦ୍ୱୀପରେ ନିର୍ମାଣ ହେବାକୁ ଥିବା ଗ୍ରୀନ ଫିଲଡ ବିମାନ ବନ୍ଦର ପାଇଁ ବଜେଟରେ ୩୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହି ପାଣ୍ଠିକୁ ଜମି ଅଧିଗ୍ରହଣ ଓ ନିର୍ମାଣ ଖର୍ଚ୍ଚରେ ବ୍ୟବହାର କରାଯିବ। ଯୋଗାଯୋଗରେ ଉନ୍ନତି ଆଣିବା ଓ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମଣିଷ ଓ ସାମଗ୍ରୀ ପରିବହନକୁ ସୁରକ୍ଷିତ ତଥା ନିରାପଦ କରିବା ପାଇଁ ସରକାର ପ୍ରାୟ ୧୦ ହଜାର ନୂଆ ଡ୍ରାଇଭରଙ୍କୁ ତାଲିମ ଦେବେ। ଏଥିସହ ବର୍ତ୍ତମାନ କାର୍ଯ୍ୟ କରୁଥିବା ୫୦ ହଜାର ଡ୍ରାଇଭରଙ୍କ ଦକ୍ଷତା ମଧ୍ୟ ବଢ଼ାଇବେ। ଗାଡ଼ି ଫିସର ସ୍ୱୟଂଚାଳିତ ଯାଞ୍ଚ ପାଇଁ ରାଜ୍ୟର ୨୦ଟି ସ୍ଥାନରେ ଅଟୋମେଟେଡ୍ ଟେଷ୍ଟି ଷ୍ଟେସନ୍ (ଏଟିଏସ୍‌) ପ୍ରତିଷ୍ଠା କରାଯିବ। ସଡ଼କ ନିରାପତ୍ତା ସୁନିଶ୍ଚିତ ପାଇଁ ଘରୋଇ ବସ୍ ଅପରେଟର ଓ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ପାଇଁ ଏକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ୨୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆହୁରି ‘ଓଡ଼ିଶା ନୂଆ ଗନ୍ତବ୍ୟ ନୀତି-୨୦୨୪’ର ରୂପାୟନ ପାଇଁ ବିମାନ ସେବାରେ ପରିଚାଳନା ଖର୍ଚ୍ଚ ଓ ରାଜସ୍ୱ ପ୍ରାପ୍ତି ମଧ୍ୟରେ ଥିବା ଆର୍ôଥକ ବ୍ୟବଧାନକୁ ଦୂର କରିବା ସକାଶେ ୩୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଜୋର ଧରିଲା ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ମାନ୍ୟତା ଦାବୀ

Tue Feb 18 , 2025
ପଟ୍ଟାମୁଣ୍ଡାଇ ୧୭/୨  – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading