କେନ୍ଦ୍ରାପଡା,୨ା୪: ଡେରାବିଶ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାକୁରହାଟଠାରେ ରାଜ୍ୟର ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷାନୀତି ୨୦୨୦ ଆଧାରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ଅବସରରେ ଏକ ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ସକାଳ ୮ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ବ୍ଲକ ଚେୟାରମ୍ୟାନ୍ ପ୍ରଭାତୀ ମଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ବସନ୍ତ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିବା ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସହ ଜିଲ୍ଲା ଶିକ୍ଷାଧିକାରୀ ସୁରମା ମହାପତ୍ର, ସରପଞ୍ଚ ମଧୁସ୍ମିତା ଦାସ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା, ବ୍ଲକ ସହ ଶିକ୍ଷା ଅଧିକାରୀ ଦେବଦତ୍ତ ଶତପଥୀ, ସଚ୍ଚିକାନ୍ତ ମିଶ୍ର, ଖଗେଶ୍ୱର ନାୟକଙ୍କ ସମେତ ସମସ୍ତ ସିଆରସିସି ଉପସ୍ଥିତ ଥିଲେ । ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷାବିତ୍ କାଙ୍ଗାଳି ଚରଣ ବାରିକ, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ମହାପାତ୍ର, ପଞ୍ଚସଖା ସେତୁର ଅଧ୍ୟକ୍ଷ ବଟକୃଷ୍ଣ ସାହୁ, ପରିଚାଳନା କମିଟିର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଘୋଷ, ପ୍ରଧାନ ଶିକ୍ଷକ ଚକ୍ରଧର ନାୟକ ଉପସ୍ଥିତ ରହି ବିଦ୍ୟାଳୟରେ ପିଲାମାନଙ୍କ ନାମଲେଖାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଇତ୍ୟବସରରେ ଅତିଥିମାନଙ୍କ ଦ୍ୱାରା ‘ଶିକ୍ଷା ସଚେତନତା’ ରଥ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା । ସମଗ୍ର ଶିକ୍ଷା କେନ୍ଦ୍ରାପଡା ଜିଲ୍ଲାର ଏସସି, ଏସଟି ସଂଯୋଜିକା କିରଣତୃଷ୍ଣା ସାହୁ, ଏଫ.ସି ସୂର୍ଯ୍ୟନାରାୟଣ ମିଶ୍ର, ପି.ଏ ସୁଶାନ୍ତ କୁମାର ନାୟକ, ଓ.ଏ ଜୟରାମ ସେଠି ଓ ଅନ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଂମ୍ପୃକ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ହୋଇଥିଲେ । ସରକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Discover more from
Subscribe to get the latest posts sent to your email.