- ଆବଶ୍ୟକ ଶିକ୍ଷକ ପଦବୀ ଖାଲି
- ବଖରାଏ ଘରେ ଏକାଧିକ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି
- ୨୧ ଟି ବିଦ୍ୟାଳୟରେ ଜଣେ ଜଣେ ଶିକ୍ଷକ
ପଟ୍ଟାମୁଣ୍ଡାଇ ୩୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ଷବର୍ଷ ଧରି ବହୁସଂଖ୍ୟକ ଶିକ୍ଷକ ପଦ ଖାଲି ପଡିଥିବାରୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁସୁଡି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ଓ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଉତ୍କଟ ଶିକ୍ଷକ ମରୁଡି ଲାଗି ରହି ଗୁଣାତ୍ମକ ଶିକ୍ଷା ବିପର୍ଯ୍ୟସ୍ତ ସ୍ଥିତିକୁ ଆସିଗଲାଣି। ଗୁଣାତ୍ମକ ଶିକ୍ଷା ଲାଭରୁ ବଂଚିତ ପିଲାମାନେ ଭବିଷ୍ୟତ ଜୀବନରେ ନିଜ ପାଇଁ ପରିବାର ଓ ସମାଜ ଲାଗି ବୋଝ ହେବାକୁ ବସିଲେଣି । ସରକାର ଏହାର ପ୍ରତିକାର କରିବା ପରିବର୍ତେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସରକାର ଦଣ୍ଡମୁକ୍ତ କରି ଅଣ୍ଡା ଲଡୁଯୁକ୍ତ ମାଗଣା ଆହାର କେନ୍ଦ୍ରରେ ପରିଣତ କରିଛନ୍ତି। ପ୍ରାଥମିକ ସ୍ତରରୁ ଛାତ୍ରୀଛାତ୍ରଙ୍କୁ ଆହାର ଅଶାରେ ଥାଳି ଧିଅଇି ମାଗଣା ଖିଆ ଶକ୍ଷା ଦିଆଗଲାଣି । ଏଭଳି ସାଙ୍ଘାତିକ ପରିସ୍ଥିତିର ସକାରାତ୍ମକ ପ୍ରତିକାର ପାଇଁ ଶାସନ ବ୍ୟବସ୍ଥା ଚିନ୍ତା ପ୍ରକଟ କରୁନଥିବା ବେଳେ ଭିନ୍ନ ସଙ୍ଗଠନମାନେ ସ୍ୱର ନ ଉଠାଇ କୋମାକୁ ଚାଲିଗଲେଣି । ଏନେଇ ବ୍ଲକ ନୂତନ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ ବାରିକଙ୍କୁ ପଚାରିବାରେଙ୍କ ଯେପରି ଭାବେ ଶିକ୍ଷକଙ୍କ ଅବସର ହେଉଛନ୍ତି ସେ ଅନୁଯାଇ ନିଯୁକ୍ତି ନାହିଁ । ଫଳରେ ଶିକ୍ଷକପଦ କମ ପଡୁଛି ।
ଆଇନଜୀବୀ ଆଲୋକ ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ୧୦୮ ଟି ପ୍ରାଥମିକ, ୬୮ ଉଚ୍ଚ ପ୍ରାଥମିକ. ୨୧ ଟି ନୋଡାଲ ଉଚ୍ଚବିଦ୍ୟାଳୟ, ୬୮ ଟି ଉଚ୍ଚ ବିଦ୍ୟାଳୟ ଓ ୭ ମହାବିଦ୍ୟାଳୟକୁ ମିଶାଇ ମୋଟ୍ ୨୭୨ଟି ରହିଛି । ଚଳିତ ଶିକ୍ଷାବର୍ଷ ଆରମ୍ଭ ସୁଦ୍ଧା ଏଥିରୁ ମାତ ୍ର୨୧ ଟି ବିଦ୍ୟାଳୟରେ ଜଣେ ଶିକ୍ଷକ ଶିକ୍ଷାଦାନ କରାଉଛନ୍ତି। ଅନେକାଶଂ ସ୍କୁଲରେ ବଖରାଏ ଘରେ ଏକାଧିକ ଶ୍ରେଣୀର ପିଲା ପାଠ ପଢ଼ିବାକୁ ବସୁଛନ୍ତି। ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କୁ ଶିକ୍ଷା ସହାୟକ ବାହାନାରେ ଢେର୍ କମ୍ ପାରିଶ୍ରମିକରେ ଖଟାଯାଉଛି। ହାଇସ୍କୁଲଗୁଡ଼ିକରେ ବି ଅବସ୍ଥା ସାଙ୍ଘାତିକ। କେଉଁଠି ଗଣିତ ଓ ବିଜ୍ଞାନ ଶିକ୍ଷକ ନ ଥିବାରୁ କ୍ରୀଡ଼ା ଓ ସଂସ୍କୃତ ଶିକ୍ଷକଙ୍କୁ ଏହି ବିଷୟ ପଢ଼ାଇବାକୁ ବାଧ୍ୟ କରାଯାଉଛି । ଅନ୍ୟପକ୍ଷରେ ସରକାର ପତ୍ୟକ ପଂଚାୟତ ସ୍ତରରେ ଗୋଦାବରୀଶ ସ୍କୁଲ ଖୋଲିବାକୁ ସ୍ଥିର କରାଯାଇଛି । ମାତ୍ର ସରକାରି ସ୍ତରରେ ଥିବା ସ୍କୁଲ ମାନଙ୍କରେ ଶିକ୍ଷକ ପଦବୀ ଖାଲି ରହୁଥିବା ବେଳେ ନୂଆ ଗୋଦାବରୀଶ ସ୍କୁଲକୁ ଶିକ୍ଷକ ଦେବେ କିପରୀ ବୋଲି ପ୍ରଶ୍ନବାଚ୍ଚୀ ସୃଷ୍ଠି କରିଛି ।ମୂଳ କାଟିଦେଇ ପତ୍ରରେ ପାଣି ଦେଲେ ଗଛର ଅବସ୍ଥା ଯେପରି ହୁଏ ତାହା ହେଉଛି ଆମ ଶିକ୍ଷା ବ୍ୟାବସ୍ଥା। ଏଥିଯୋଗୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପିଲା ସଂଖ୍ୟା କମୁଥିବା ବେଳେ କେତେକ ଜାଗାରେ ସରକାର ପ୍ରାଥମିକ ବିଦ୍ୟାଳୟମାନ ବନ୍ଦ କରିବାରେ ଲାଗିଛନ୍ତି।
ସାମାଜିକକର୍ମୀ ପ୍ରବୀର ନାୟକ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଅବସ୍ଥା ଆଦୌ ଭଲ ନାହିଁ। ବହୁ ସରକାରୀ ବିଏଡ୍, ସିଟି, ସଂସ୍କୃତ ଟୋଲ୍ ଓ କଲେଜ ଶିକ୍ଷକ ଅଭାବରୁ ସାଙ୍ଘାତିକ ସ୍ଥିତିରେ। ଯୁକ୍ତ +୨ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଠାରେ ବି ଶିକ୍ଷକ ମରୁଡ଼ି ଅବସ୍ଥା ଅତି ଭୟଙ୍କର। ବିଶେଷ କରି ବିଜ୍ଞାନର ବିଭିନ୍ନ ବିଷୟ ଓ ଓଡ଼ିଆ ପଢ଼ାଇବା ଲାଗି ଶିକ୍ଷକ ସଙ୍କଟ ବଡ଼ ସମସ୍ୟା ସୃଷ୍ଟି କରୁଥିବାରୁ ବେକାର ଯୁବତୀଯୁବକ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଠିକାରେ ଆଣି ସରକାର କାମଚଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି।
ରାଜ୍ୟରେ ଲକ୍ଷାଧିକ ସରକାରୀ ଚାକିରି ଖାଲି ପଡ଼ିଥିବା ବେଳେ ନିଯୁକ୍ତି ନ ପାଇ ଲକ୍ଷଲକ୍ଷ ବେକାର ଯୁବତୀଯୁବକଙ୍କ ବୟସ ଅତିକ୍ରମ କରିଯାଉଛି। ଅଥଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ମହାବିଦ୍ୟାଳୟ ଅନ୍ୟ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ସତେ ଯେମିତି ସରକାରୀ ବ୍ୟବସ୍ଥା ଏଠି ମା’ ପେଟରୁ ମେଧାକୁ ମାରି ଟଙ୍କିକିଆ ଚାଉଳ ପଥି ଦେଉଛି। ଅଥଚ ନିଜ ପିଲାଙ୍କ ଭବିଷ୍ୟତ ମରି ଯାଉଥିବା ବେଳେ ଲୋକେ ସମ୍ମିଳିତ ସ୍ୱର ଉଠାଉ ନାହାନ୍ତି।
ଶିକ୍ଷବିତ ପ୍ରେମାନନ୍ଦ ପଣ୍ଡା ଛାତ୍ର ସଂସଦ ଗୁଡ଼ିକଠାରୁ ଆରମ୍ଭ କରି ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଏବଂ ସାମାଜିକ ସଙ୍ଗଠନମାନେ ବି ଏ ପ୍ରସଙ୍ଗରେ ନିରବରହି କୋମାକୁ ଗଲେଣି। ଫଳରେ ପିଲାଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ଉଠୁଛି। ସକାରାତ୍ମକ ମନୋଭାବ ନେଇ ମୂଳରୁ ଚୂଳ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାନଗଲେ ଗୁଣାତ୍ମକ ଶିକ୍ଷଅପାଇବାରୁ ପିଲା ପଛେଇଯିବେ । ଏହି ଗୁରୁତର ସମସ୍ୟା ସମାଧାନ ପାଇଁ ସଂକୀର୍ଣ୍ଣ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ ବର୍ଗର ଲୋକେ, ବିଶେଷ କରି ଛାତ୍ର ଓ ଯୁବକମାନେ ସ୍ୱର ଉତୋଳନ ନ କଲେ ଏହି ଗୁରୁତର ବ୍ୟାଧି ବଢ଼ି ଚାଲିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।
Discover more from Lokamata Odisha
Subscribe to get the latest posts sent to your email.