ଉତ୍କଳଗୌରବଙ୍କ ଜନ୍ମଜୟନ୍ତୀ ପାଳନ   ପଟ୍ଟାମୁଣ୍ଡାଇ : ୨୮/୦୪-ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଆନୁକୁଲ୍ୟରେ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିବସ ପାଳନ କରାଯାଇଅଛି। ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚତୁର୍ଭୁଜ ରାଉଳ, ନାଟ୍ୟକାର ଗୋଲକ ମହାରଣା, ପ୍ର. କୈଳାସ ଚନ୍ଦ୍ର ପାତ୍ର, ବିଜୟ କୁମାର ସାହୁ, କଥାକାର ପ୍ରଦୀପ ନାୟକ, ଶ୍ରୀକାନ୍ତ କୁମାର […]

କେନ୍ଦ୍ରାପଡ଼ା,୨୮ା୪ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବା ସହ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା […]

ପଟ୍ଟାମୁଣ୍ଡାଇ ୧୪/୪ -ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କ ଗମନାଗନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ ବାବଦରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ଲକ ମୂଖ୍ୟାଳୟକୁ ସଂଜୋଗ କରୁଥିବା ବିଭିନ୍ନ ମୁଖ୍ୟ ମୁଖ୍ୟ ରାସ୍ତାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲକରାଇ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ନିର୍ମାଣ ବିଭାଗ […]

pattamundai ପଟ୍ଟାମୁଣ୍ଡାଇ ୨୧/୪ –ରାଜ୍ୟ ଓ କେନ୍ଦ୍ର ସରକାର ସହରାଂଚଳର ଭିତିଭୂମି ସୁଦୃଢ଼ ପାଇଁ ପୌରପରିଷଦ ଏବଂ ବିଜ୍ଞାପିତ ଅଂଚଳ କରାଇ ସହରୀ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ।ଏଥିନେଇ ରାସ୍ତାଘାଟ, ପରିମଳ, ସ୍ୱେରେଜ୍‌, ଆଲୋକିକରଣ, ଆହାର, ପାନୀୟଜଳ ଓ ଜଳ ନିଷ୍କାସନ ପ୍ରକଳ୍ପଗୁଡ଼ିକ କରାଯାଉଛି । ସହର ଯେପରି ଯୋଜନାବଦ୍ଧ ଭାବେ ବୃଦ୍ଧି ପାଇବ ସେଥିପାଇଁ ଟାଉନ୍ ପ୍ଲାନିଂ, ଆଂଚଳିକ ଉନ୍ନୟନ କର୍ତୃପକ୍ଷଙ୍କୁ ନିଯୁକ୍ତି […]

pattamundai ୨୨/୪–କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ଶହଶହ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡିବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡିରହୁଛି । ଅଳଭା ଘେରିରୁ ଜଳନିସ୍କାଷନ ପାଇଁ ବ୍ରୀଟିସ ଅମଳରୁ ହୋଇଥିବା ସାଇଫନ ଜୋର ଜବରଦଖଲ ହୋଇଯାଇଛି । ଅଳଭାଠାରେ ଥିବା ଜଳବିଶୋଧନ କାରାଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି । ଫଳରେ ଅଳଭା ଗ୍ରାମରେ […]

କେନ୍ଦ୍ରାପଡ଼ା,୧୭ା୪: ଜମ୍ବୁଦ୍ୱୀପର ନୌବାଣିଜ୍ୟ ଇତିହାସ ଆମକୁ ବିକାଶ ଦିଗକୁ ଆଗେଇ ନେବ। ଓଡ଼ିଶା ରାଜ୍ୟର ବାଣିଜ୍ୟ ପେଣ୍ଠସ୍ଥଳ ଥିଲା ଜମ୍ବୁଦ୍ୱୀପ। ସାଧବ ପୁଅମାନେ ଇଣ୍ଡୋନେସିଆ, ବାଲି, ସୁମାତ୍ରାକୁ ବ୍ୟବସାୟ କରିବାକୁ ଯାଉଥିଲେ। ମୁକସାକ୍ଷୀ ଭାବେ ରହିଛି ହୁକିଟୋଲା ଓ ବତିଘର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଛନ୍ତି। ଦରିଆ ରାମଚଣ୍ଡୀଙ୍କ ପୀଠରେ ଜମ୍ବୁଦ୍ୱୀପ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ […]

ପଟ୍ଟାମୁଣ୍ଡାଇ ୭/୪- ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ୮୦% ଭିନ୍ନକ୍ଷମ ମାନଙ୍କ ପାଇଁ ମାସିକ ୩୫୦୦ଟଙ୍କା ଭତା ଘୋଷଣା କରିଛନ୍ତି ।ସରକାରଙ୍କ ନିର୍ଦେଶ ଅନୁଯାୟୀ ହିତାଧିକାରୀ ଚୟନ କରାଯାଇଛି । ମାତ୍ର ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡରେ ଏଥିରେ ଗୁରୁତର ତ୍ରୁଟି ଦେଖାଦେଇଛି । ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇଛି । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବୃଦ୍ଧ ବୃଦ୍ଧା ଏହି ବର୍ଦ୍ଧିତ ଭତା […]

କେନ୍ଦ୍ରାପଡ଼ା,୫ା୪: ଏକମାତ୍ର ଶିକ୍ଷକଙ୍କ ଅବସରଗ୍ରହଣ ପରେ ଶିକ୍ଷକଶୂନ୍ୟ ହୋଇପଡିଛି ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପିଲାମାନେ ଦୈନିକ ବିଦ୍ୟାଳୟକୁ ପଢିବାକୁ ଆସି ବିଦ୍ୟାଳୟରେ ତାଲା ପଡିଥିବାରୁ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଗତ ମାର୍ଚ୍ଚ ୩୧ତାରିଖରୁ ବିଦ୍ୟାଳୟର ଏକମାତ୍ର ଶିକ୍ଷକ ବିଚିତ୍ର କୁମାର ପଣ୍ଡା ଅବସର ଗ୍ରହଣ କରିଥିବା ବେଳେ ଆଜକୁ ୫ଦିନ ହେବ ସେହି ବିଦ୍ୟାଳୟରେ କୈାଣସି ଶିକ୍ଷକଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀ ନିଯୁକ୍ତି ଦେଇନଥିବା ଜଣାପଡିଛି। ଫଳରେ […]

କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି […]

କେନ୍ଦ୍ରାପଡା,୨୯ା୩: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଡଃ ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ୍‌ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘର ନାନା ଜନହିତକର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସମ୍ପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ […]