ବିଜେପିରେ ମିଶିବାରୁ ମରଣାନ୍ତକ ଆକ୍ରମଣ

blank
କେନ୍ଦ୍ରାପଡ଼ା,୨୦ା୫:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଦଦୁଆ ଗ୍ରାମର ଶ୍ରୀଧର ନାୟକ ବିଜେପିରେ ମିଶିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଶ୍ରୀଧରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ଶ୍ରୀଧରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ ସାବଳ ଓ ଭୁଜାଲିରେ ଆକ୍ରମଣ କରାଯାଇଥରବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଶ୍ରୀଧର ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗତ ୫ ଦିନ ତଳେ ଶ୍ରୀଧର ବିଜେପିରେ ମିଶିଥିଲେ। ବିଜେପିରେ ମିଶିଥିବାରୁ ପ୍ରଥମେ ତାଙ୍କୁ ଧମକ ଦିଆଯାଇଥିଲା। ଏହାପରେ ଆକ୍ରମଣ କରାଗଲା ବୋଲି ଶ୍ରୀଧରଙ୍କ ପରିବାର ଲୋକେ କହିଛନ୍ତି।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ପାସହାର ୯୪ପ୍ରତିଶତ

Wed May 21 , 2025
କେନ୍ଦ୍ରାପଡ଼ା,୨୧ା୫ : +୨ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମଗ୍ରିକ ଭାବେ +୨ ପାସ ହାର ୯୪ପ୍ରତିଶତ ରହିଛି। ବିଦ୍ୟାଳୟର +୨କଳାରେ ମୋଟ ୩୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮୧ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୯୩ଜଣ ପାସ କରିଛନ୍ତି। ୨୬ଜଣ ଫେଲ ହୋଇଥିବା ବେଳେ ମୋଟ ୩୫୨ଜଣ ପାସ କରିଛନ୍ତି। ବିଦ୍ୟାଳୟର କଳାରେ ପାସ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading