କେନ୍ଦ୍ରାପଡ଼ା,୨୦ା୩: କେନ୍ଦ୍ରାପଡ଼ା ଜିଲ୍ଲାରେ ବାଲି ଚୋରି ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଯେଉଁ ନିଲାମଧାରୀମାନେ ବାଲି ସୈରାତ ନିଲାମ ନେଇଛନ୍ତି ସେମାନଙ୍କ ଠାରୁ ରାଜସ୍ୱ ଆଦାୟ ହୋଇପାରୁନାହିଁ। ଏହାଦ୍ୱାରା ସରକାରଙ୍କ ରାଜସ୍ୱହାନୀ ହେଉଛି। ତେବେ ପ୍ରଶାସନ ପକ୍ଷରୁ ନିଲାମଧାରୀଙ୍କ ବିରୋଧରେ କୋହଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ସମଗ୍ର ଜିଲ୍ଲାରେ ଯେଉଁ ବ୍ୟକ୍ତିମାନେ ବାଲି ସୈରାତ ନିଲାମ […]

ଡେରାବିଶ,୨୦/୩: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଲୁଣା ନଦୀର ବଳରାମପୁର ଠାରେ ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ହେଲେ ଡେରାବିଶ ଥାନ ଅନ୍ତର୍ଗତ କୁରଜଙ୍ଗ ପଂଚାୟତ ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ  ୧୪ ବର୍ଷର  ପୁଅ ଆୟୁଷ୍ମାନ ବୋଲି ଜଣାପଡିଛି ।

ୱାଶିଂଟନ୍‌,୧୯ା୩:ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ ହଗ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ […]

ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ବ୍ରିଟିଶ ଅମଳର ଶିକ୍ଷାନୁଷ୍ଠାନରେ ଛୋଟଛୋଟ କୋଠରୀ ଗୋଟିଏ ଶ୍ରେଣୀରେ ୯୦ ରୁ ୧୦୦ ଛାତ୍ରୀଛାତ୍ର ପଢୁଛନ୍ତି   ପଟ୍ଟାମୁଣ୍ଡାଇ ୧୮/୩ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ସର୍ବ ପୁରାତନ ମନ୍ମଥନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ଲାଗି ରହିଛି । ସବାଶହରୁ ଅଧିକ ବର୍ଷର ସ୍କୁଲରେ ଆଠଶହରୁ ଅଧିକ ପିଲା ପାଠ ପଢୁଛନ୍ତି । ଏହା ବ୍ରିଟିଶ ଅମଳର ଶିକ୍ଷାନୁଷ୍ଠାନ […]

ପଟ୍ଟାମୁଣ୍ଡାଇ ୨୦/୩ -ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଣ୍ଢରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ମଙ୍ଗଳବାର କେତେକ ଦୁର୍ବୁତ ପସି ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବା ସହିତ ଆଲମିରାରେ ଥିବା ୨୪ ହଜାର ୩୪୮ ସରକାରୀ ଅର୍ଥ ନେଇ କାଗଜପତ୍ରକୁ ଏଣେତେଣେ ଫୋପାଡି ଦେଇଛନ୍ତି ବୋଲି ଆରଆଇ ମନୋଜ କୁମାର ମଲିକ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଏକ ଚିଠି […]

ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦ୍ରୋପଦି ବାରିକଙ୍କ ଗୋଟିଏ ବଖରା ଜଳିଯାଇଛି । ଘରେ ଥିବା ବିରି, ଧାନ, ଚାଉଳ, ସୁନା, ଟଙ୍କା, କଂସା ବାସନ ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ରୋଷେଇ ଚୁଲିରୁ ନିଆଁ ଉଠି ଚାଳ ଛପରକୁ ଲାଗିଥିବା ସନ୍ଦେହ କରାଯାଉଛି । ଖବର […]

କେନ୍ଦ୍ରାପଡ଼ା,୧୯ା୩: କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି […]

କେନ୍ଦ୍ରାପଡ଼ା,୧୮ା୩: ଧାନର ମାନ ପରୀକ୍ଷା କରାଯାଇ ଏହା ସଠିକ ଥିବା ଜଣାଯିବା ପରେ ମଧ୍ୟ ଜଣେ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୮କେଜି କାଟିବା ଘଟଣାରେ ଚାଷୀ ଜଣଙ୍କ ନ୍ୟାୟ ପାଇବା ପାଇଁ ଯୋଗାଣମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ଚାଷୀ ବିବେକାନନ୍ଦ ଦାଶ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଧାନର ମାନ ଉନ୍ନତ ଥିଲେ କଟନୀ ଛଟନୀ ହେବ ନାହିଁ ବୋଲି ସରକାରୀ ନିୟମ […]

ଭୁବନେଶ୍ବର ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା […]

କେନ୍ଦ୍ରାପଡ଼ା,୧୭ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ରବିବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ […]

Breaking News