କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତା ଜ୍ୟୋସ୍ନାମୟୀ ପଣ୍ଡାଙ୍କ ଦ୍ୱାଦଶାହରେ ସ୍ଥାନୀୟ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କଂସାର ସରପଞ୍ଚ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ କହିଲେ ସ୍ୱର୍ଗତା ପଣ୍ଡା କଂସାର ପଞ୍ଚାୟତର ସରପଞ୍ଚ ଥିବା […]

ଭୁବନେଶ୍ୱର 26/3-ବୁଧବାର ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ବିଧାନସଭା ବାହାରେ ପୋଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ […]

ଭୁବନେଶ୍ୱର ୨୬ା୩-କଂଗ୍ରେସ ଶୂନ୍ୟ ହୋଇଛି ବିଧାନସଭା। ଗତ ମଙ୍ଗଳବାର କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ବେଳେ ବୁଧବାର ଆଉ ୨ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିବା […]

ପଟ୍ଟାମୁଣ୍ଡାଇ ୨୫/୩ – ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଶାସନ ନୋଡାଲ ହାଇସ୍କୁଲ ପରିସରରେ ବୁଧବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶାସନ ପଂଚାୟତ ନିମପୁର ଶାସନ ସତ୍ୟସାଇ ସେବା ସଂଗଠନ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ସିଡିଏମଓ ଡାକ୍ତର ପ୍ରମୋଦ ପ୍ରହରାଜ ଉଦଘାଟନ କରିଥିଲେ । ସେ ନିଜର ଅଭିଭାଷଣରେ ରକ୍ତଦାନ ମହତ ଦାନ, ଆଜି ଭଳି ଦିନରେ […]

କେନ୍ଦ୍ରାପଡା,୨୬ା୩ : କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ଗ୍ରାମପଞ୍ଚାୟତର ଇନ୍ଦୁପୁର ଠାରେ ବୁଧବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାରାଣ୍ଡି। ଇନ୍ଦୁପୁର ବାରୁଣୀ ତୀର୍ଥସ୍ନାନ ମହୋତ୍ସବର ୨୩ତମ ବାର୍ଷିକଉତ୍ସବ ଅବସରରେ କ୍ଷତିଜ୍ୟୋତି ଆଶ୍ରମ, ଇନ୍ଦୁପୁର ଶାଖା ଏବଂ ଅର୍ନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ସାମାଜିକ ବିକାଶ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱଶାନ୍ତି କୈବଲ୍ୟ ମହାଯଜ୍ଞରେ ଡ. ମାରାଣ୍ଡି ଯୋଗଦେଇ ଆର୍ଶିବଚନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀମତୀ […]

ଭୁବନେଶ୍ୱର୨୫/୩- ବିଧାନସଭା ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା କଂଗ୍ରେସ ବିଧାୟକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନା ନାହାନ୍ତି। ଗୃହକାର୍ଯ୍ୟ ଜାରି ଥିବା ବେଳେ କଂଗ୍ରେସ ବିଧାୟକମାନେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରୁଥିବା […]

କେନ୍ଦ୍ରାପଡ଼ା,୨୫ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କାକଟସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମଗ୍ର ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ ଜଣ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ପ୍ରଧାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ପ୍ରଧାନ ଜଣେ ସରଳ, ସ୍ନେହୀ, ଅମାୟିକ, ନିଷ୍କପଟ […]

କେନ୍ଦ୍ରାପଡ଼ା,୨୫ା୩: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ସଂଘ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡିଶା କ୍ରିକେଟ୍ ଆସୋସିଏସନ ସଦସ୍ୟ ଶୁଭାଶିଷ ସେନାପତିଙ୍କ ସଭାପତିତ୍ୱରେ ପ୍ରଥମେ ସ୍ୱର୍ଗତ ଶର୍ମାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ପ୍ରଫୁଲ୍ଲ ଦାସ, ଏମ୍‌ଡି ନୟିମ୍ ଭାଇ, ନୃସିଂହ ରଥ, କେଶବ […]

କେନ୍ଦ୍ରାପଡା,୨୫/୩:-ଆଜି ଅପରାହ୍ଣ ୫ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ପ୍ରଥମ ଥର ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସହାୟକ ଉପକରଣ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ […]

କେନ୍ଦ୍ରାପଡ଼ା,୨୫ା୩ : କେନ୍ଦ୍ରାପଡା ସହରର ମହିପାଳ ଠାରେ ମହିପାଳ ଗ୍ରାମୀଣ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ରଞ୍ଜିତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଗେଇ ଫିତାକାଟି ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଗ୍ରାମୀଣ ମହୋତ୍ସବକୁ ଉଦଘାଟନ କରଥିଲେ। ମାରୂତି ସୁଜୁକି ଏରିନା ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଗ୍ରାମୀଣ ମହୋତ୍ସବର ଉଦେଶ୍ୟ ହେଉଛି ଗ୍ରାମାଞ୍ଚଳର ସ୍ୱଳ୍ପଆୟକାରୀ ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ମାରୂତି ସୁଜୁକି ଏରିନା […]

Breaking News