କେନ୍ଦ୍ରାପଡା,୨ା୪: ଡେରାବିଶ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାକୁରହାଟଠାରେ ରାଜ୍ୟର ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷାନୀତି ୨୦୨୦ ଆଧାରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ଅବସରରେ ଏକ ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ସକାଳ ୮ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ପଣ୍ଡା, ଜିଲ୍ଲା ପରିଷଦ […]
featured
କେନ୍ଦ୍ରାପଡା,୨ା୪: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ “ଉତ୍କଳ ସାଂସ୍କୃତିକ ସମାଜ” ଦ୍ୱାରା ଆୟୋଜିତ ଉତ୍କଳ ଦିବସ ଉତ୍ସବରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀବଳଦେବଜୀଉ ଡ୍ୟାନ୍ସ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ୍ କଲ୍ଚର (Dance Academy of Drama and Culture)ଓଡିଶା ସରକାରଙ୍କ ଦ୍ୱାରା ପ୍ରେରିତ ହୋଇ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ପଲ୍ଲୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡାର ଗୌରବ ବୃଦ୍ଧି […]
କେନ୍ଦ୍ରାପଡ଼ା,୨ା୪: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ବୁଧବାର ଅପରାହ୍ନରେ ଓକିଲ ସଙ୍ଘ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରିଛନ୍ତି। ସଙ୍ଘର ନବ ନିର୍ବାଚିତ ସଭାପତି ଗୋବର୍ଦ୍ଧନ ରାଉତ, ଉପସଭାପତି ଭାବେ ହାଡିବନ୍ଧୁ ସିଂ, ସମ୍ପାଦକ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ମମତାମୟୀ ସାମଲ, କୋଷାଧ୍ୟକ୍ଷ ବିଭୂତିଭୂଷଣ କର, ପରିଚାଳନା ପରିଷଦ ସଦସ୍ୟ ହରି କର ଓ ରେଣୁବାଳା ସାମଲ ପ୍ରମୁଖ ଶପଥପାଠ କରିଥିଲେ। ଆଇନଜୀବୀ ସଞ୍ଜୟ […]
କେନ୍ଦ୍ରାପଡ଼ା,୨ା୪: ନହଙ୍ଗସ୍ଥିତ ମା,ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଅଭିମନ୍ୟୁ ସାହୁ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଗକୁ ଗ୍ରୀଷ୍ମ ସମୟ ଆସୁଥିବାରୁ ବୁଲା ପଶୁପକ୍ଷୀଙ୍କ ପାଇଁ ନିଜ ନିଜ ଅଞ୍ଚଳରେ ଜଳଛତ୍ର ଖୋଲିବାକୁ ସଭ୍ୟମାନେ ସଂକଳ୍ପ ବଦ୍ଧ ହୋଇଥିଲେ। ପରବର୍ତ୍ତୀ ଗ୍ରୀଷ୍ମ […]
କେନ୍ଦ୍ରାପଡ଼ା,୨ା୪ : କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକମାନେ ନ୍ୟାୟ ପାଇପାରୁ ନାହାନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯେଉଁ ଅର୍ଥ ଆସୁଛି ତାହା ହେରଫେର ହୋଇଯାଉଛି। ନିର୍ମାଣ ଶ୍ରମିକଙ୍କୁ ଗୁରୁତ୍ୱ ଦିଆନଯାଇ ଅଣସଂଗଠିତ ଶ୍ରମିକମାନଙ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିଅନ କମିଟି ପକ୍ଷରୁ ବୁଧବାର ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ) କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛିି। ଶ୍ରମିକ ନେତା ଜଗତଜୀବନ ଦାଶ କରିଛନ୍ତି […]
କେନ୍ଦ୍ରାପଡ଼ା,୧ା୪: ଛାତ୍ର ଆୟୁଷ୍ମାନକୁ ହତ୍ୟା କରିଥିବା ଯୁବକକୁ ପୋଲିସ ଥାନାରେ ୧୦ଦିନ ଅଟକ ରଖିବା ପରେ ଛାଡିଦେଇଥିବା ଆୟୁଷ୍ମାନଙ୍କ ବାପା ଖଗେଶ୍ୱର ମହାନ୍ତି କହିଛନ୍ତି। ସେ କହିଛନ୍ତି ପୋଲିସ ମନ୍ଦ ଉଦେଶ୍ୟ ରଖି ଆୟୁଷ୍ମାନର ହତ୍ୟାକାରୀ ଭକ୍ତି ପ୍ରସାଦ ନାୟକକୁ ଜେଲ ପଠାଇବା ପରିବର୍ତ୍ତେ ଥାନାରୁ ଛାଡି ଦେଇଛି। ଏହାଦ୍ୱାରା ପରିବାର ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ସଦର ଥାନା ପୋଲିସ ଉପରୁ ମଧ୍ୟ ପରିବାର ଲୋକଙ୍କ […]
କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡାର ପ୍ରମୁଖ ପ୍ରସଙ୍ଗ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆସନ୍ତା ଏପ୍ରିଲ୍ ୧୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପ୍ରେସ୍ ବିବୃତି ଜାରି କରି କହିଛନ୍ତି ଯେ କେନ୍ଦ୍ରାପଡା ପ୍ରତି ଅବହେଳା ଆଦୌ ବରଦାସ୍ତ କରାଯିବ ନାହିଁ । […]
କେନ୍ଦ୍ରାପଡ଼ା,୧ା୪ : କେନ୍ଦ୍ରାପଡାରେ ୯୦ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟାରିଆ ପ୍ରଥମେ ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ବାର୍ତ୍ତାକୁ ପାଠ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । […]
କେନ୍ଦ୍ରାପଡ଼ା,୧ା୪ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ୱାମୀ ବିବେକାନନ୍ଦ, ଉତ୍କଳ ଗୈାରବ ମଧୁସୁଦନ ଦାସ ଓ ଦୀନବନ୍ଧୁ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ପ୍ରଫେସର ଡ. ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଉତ୍କଳ ଦିବସ ପାଳନର […]
ପଟ୍ଟାମୁଣ୍ଡାଇ ୧.୪ -ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ , ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଏହାରି ଭିତରେ ୮୯ ବର୍ଷ ପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା […]

