କଶ୍ମୀର ୧୦/୫- ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ପୁଣି ଥରେ ତାର ଅସଲ ଚେହେରା ଦେଖାଇଛି। ପାକ୍ ପୁଣି ଭାରତ ଉପରେ ଡ୍ରୋନ ଆଟାକ୍ କରିଛି। ପାକିସ୍ତାନ ଏଲଓସି ଉପରେ ପୁଣି ଗୁଳି ଚଳାଇଛି। ଯାହାର ଜବାବ ମଧ୍ୟ ଦେଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳରେ ପାକିସ୍ତାନ ଗୁଳି ଚଳାଇଛି।
କିଛି ସମୟ ପୂର୍ବରୁ ଅସ୍ତ୍ରବିରତି ହୋଇଥିଲା। ଏନେଇ ସରକାର ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିଲେ। ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ସରେ ଏନେଇ ଘୋଷଣା ପରେ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି। ହେଲେ ଏହାର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମର ସୂଚନା ପ୍ରକାଶ ପାଇଛି। ଉଦାମପୁର, ଅଖନୋର, ନୋଶେରା, ପୁଞ୍ଚ, ମେଘର, ଜମ୍ମୁ, ସୁନ୍ଦରବାନୀ, ଆରଏସ ପୁର, ଆର୍ନିଆ ଏବଂ କାଥୁଆ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।
ଖବରଦାତା ସମ୍ମିଳନୀ କରି ସେ କହିଛନ୍ତି, ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ହୋଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଉଭୟ ସହମତି ହୋଇଛୁ। ଦୁଇ ଦେଶର ଡିଗିଏମଓ ସ୍ତରୀୟ କଥାବାର୍ତ୍ତା ପରେ ସହମତି ହୋଇଛି। ଆଜି ଅପରାହ୍ନ ୩ଟା ୩୫ରେ ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି। ଆସନ୍ତା ୧୨ ତାରିଖ ୧୨ଟାରେ ଡିଜିଏମଓ ସ୍ତରୀୟ ପୁଣି ଆଲୋଚନା ହେବ।
Discover more from
Subscribe to get the latest posts sent to your email.