ଏମ ଏନ ହାଇସ୍କୁଲରେ ଶିକ୍ଷକ ଅଭିଭାବକ ସମ୍ମିଳନୀ

blank
ପଟ୍ଟାମୁଣ୍ଡାଇ ୨୬/୪ -, ରାଜ୍ୟ ଗଣ ଶିକ୍ଷା ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଏମଏନ ହାଇସ୍କୁଲ ପରିଚାଳନା କମିଟି ସଭାପତି ତପନ କୁମାର ଦାଶ, ଉପ ସଭାପତି ଇତିଶ୍ରୀ ଦାଶ, ଅଭିଭାବକ ସଂଘ ସଭାପତି ଆଡଭୋକେଟ ଗୋପୀନାଥ ତ୍ରିପାଠୀ ଯୋଗ ଦେଇ ବିଦ୍ୟାଳୟର ସୁପରିଚାଳନା, ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସାର୍ବିକ ବିକାଶ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଶିକ୍ଷକ ଅଶୋକ କୁମାର ଦାଶ ସ୍ୱାଗତ ଭାଷଣ ଓ ଶିକ୍ଷକ ତାପସ ବେହେରା ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ। ଏହି ବୈଠକରେ ଛାତ୍ରୀଭିଭାବକ ରାଜେନ୍ଦ୍ର ଦାଶଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଶେଷରେ ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ

Sat Apr 26 , 2025
କେନ୍ଦ୍ରାପଡା,୨୬ା୪: କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ତଥା ଉତ୍କଳ ମାଟିର ଅଗ୍ରଣଣ୍ୟ ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସ୍ମରଣ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading