ପଟ୍ଟାମୁଣ୍ଡାଇ ତା ୧୩/୬- ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ,ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଶାସନ ସଂଗ୍ରାମ ବାରିକ,ବାଛରା ସରପଞ୍ଚ ପ୍ରତିନିଧି ଲିପୁ ରାଉତ, ଯୁବନେତା ବାପୁ ଷଢଙ୍ଗୀ, ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା ପ୍ରମୁଖ ବହୁ ସରପଞ୍ଚ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ମୃତ ସରପଞ୍ଚଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.