ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା: ୧୯ଟି ଏସ୍‌ଏଚ୍‌ଜି ଗୃପ ସାମିଲ

blank
ପଟ୍ଟାମୁଣ୍ଡାଇ ୧୦/୬ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ମିଶନ ଶକ୍ତି ଭବନ ପରିସରରେ ମଙ୍ଗଳବାର ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ଟି ଏସ୍‌ଏଚ୍‌ଜି ଭାଗ ନେଇଥିଲେ। ମିଶନ ଶକ୍ତି ବ୍ଲକ ସଂଯୋଜକ ପ୍ରଭୁଧବଳେଶ୍ୱର ବରାଳ ଓ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଲକ୍ଷ୍ମୀମଣୀ ସିଂ ଏହାକୁ ଉଦ୍‌ଘାଟନ କରିଥିଲେ। ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଏଲଏମବିପିଏମ ପ୍ରକାଶ ସେଠୀ, ବ୍ଲକ ମହିଳା ମହାସଂଘସଭା ନେତ୍ରୀ ସୁପ୍ରଭା ଦାଶ, ଅଙ୍ଗନବାଡି ସୁପରଭାଇଜର ତୁଳସୀ ଦାସ, ଓ ଶୁଭଜିତ ସ୍ୱାଇଁଙ୍କ ସମେତ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ୧୯ଟି ଏସ୍‌ଏଚ୍‌ଜି ପ୍ରତିଯୋଗୀମାନେ ଭାଗ ନେଇ ପିଠା, କାକରା, ଆରିସା, ପୋଡ଼ ପିଠା ଭଳି ଅନେକ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ। ପରେ ବିଚାରକମଣ୍ଡଳୀ ଖାଦ୍ୟ ଚାଖି ମାନ ନିର୍ଦ୍ଧାରଣ କରି ୧ମ, ୨ୟ ଓ ୩ୟ ପୁରସ୍କାର ସହ ଭାଗ ନେଇଥିବା ସମସ୍ତ ଏସଏଚଜିଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ଏଲଏମବିପିଏମ ପ୍ରକାଶ ସେଠୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହିଳା ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ, ସମ୍ପାଦିକା ନିର୍ମଳା ନନ୍ଦ, ପ୍ରମିଳା ଜେନା ଅଭିଲିପ୍ସା ମଲ୍ଲ ପ୍ରମୁଖ ପରିଚାଳନା କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୀଳକଣ୍ଠପୁର ସରପଞ୍ଚ ମୃତ୍ୟୁ ,ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

Tue Jun 10 , 2025
ପଟ୍ଟାମୁଣ୍ଡାଇ ତା ୧୦/୯- ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଲୋକପ୍ରିୟ ନୀଳକଣ୍ଠପୁର ପଂଚାୟତର ଯୁବ ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀ ( ୪୪ ) ଏକ ମର୍ମ ନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।ଏହି ଖବର ପ୍ରଚାରିତ ହେବା ପରେ ପଟ୍ଟାମୁଣ୍ଡାଇର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରକାଶ ଯେ ଗତକାଲି […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading