ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କାର୍ମଶାଳା ଅନୁଷ୍ଠିତ

blank

କେନ୍ଦ୍ରାପଡା୧୧ା୩-ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲାସ୍ତରୀୟ “ଲକ୍ଷପତି ଦିଦି” କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ୍ ମାଧ୍ୟମରେ ରାଜ୍ୟ ସରକାର ଏହି ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷପତି ଏହି ଦିଦି କାର୍ମଶାଳା । କମ୍ୟୁନିଟି ସହାୟକମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରିପାରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ । ସ୍ୱୟଂ ସହାୟକ ଗୋଷ୍ଠୀର ଯେଉଁ ସଦସ୍ୟାଙ୍କ ପରିବାରର ବାର୍ଷିକ ଆୟ ଏକ ଲକ୍ଷ କିମ୍ବା ତଦୁର୍ଦ୍ଧ୍ୱ କିମ୍ବା ଅପଣାଇଥିବା ଜୀବିକାରୁ ମାସିକ ଆୟ ଅତି କମରେ ଦଶ ହଜାରରୁ ଅଧିକ ହୋଇଥିବ, ଏକରୁ ଅଧିକ ରୋଜଗାର ବା ଜୀବନ ଜୀବିକାର ପନ୍ଥା ଥିବ ସେମାନଙ୍କୁ ଲକ୍ଷପତି ଦିଦି କୁହାଯାଇପାରିବ । ନିଜ ପିଲାଙ୍କ ଉଚ୍ଚ ଶିକ୍ଷା, ଜୀବନର ଗୁଣବତ୍ତା, ଆର୍ôଥକ ନିରାପତ୍ତା ଓ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସ୍ୱୟଂ ସହାୟକ ସଦସ୍ୟା ଲକ୍ଷପତି ଦିଦି ହେବାର ଆବଶ୍ୟକତା ରହିଛି । ମହିଳାମାନେ ଅର୍ଥନୈତିକ ସ୍ୱାବଲମ୍ବ ହୋଇନପାରିଲେ ସମାଜର ଉନ୍ନତି ହୋଇପାରିବନାହିଁ ବୋଲି ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳାରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ମତବ୍ୟକ୍ତ କରିଥିଲେ । ଏକରୁ ଅଧିକ ଜୀବିକାକୁ ଗ୍ରହଣ କରିବା, ଅପଣାଇଥିବା ଜୀବିକାରୁ ଅଧିକ ଉତ୍ପାଦନ କରିବା, କୃଷି ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣରେ ସମ୍ପୃକ୍ତ ହେବା ଏବଂ ଉତ୍ପାଦିକା ଗୋଷ୍ଠୀ ସହିତ ମହିଳାମାନେ ଯୋଡିହେବା ପାଇଁ କର୍ମଶାଳାରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ୨୦୨୪/୨୫ ଆର୍ôଥକ ବର୍ଷରେ କେନ୍ଦ୍ରାପଡା ଜିଲ୍ଲାରେ ୩୬,୧୯୭ ଲକ୍ଷପତି ଦିଦି ସୃଷ୍ଟି କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଏଯାବତ ୬୧ ପ୍ରତିଶତ ଅର୍ଥାତ୍ ୨୧,୯୮୧ ଲକ୍ଷପତି ଦିଦି ସୃଷ୍ଟି କରାଯାଇସାରିଛି ଓ ଉକ୍ତ କର୍ମଶାଳାରେ ୧୮ ଜଣ ଲକ୍ଷପତି ଦିଦି, ୯ ଜଣ ଏମବିକେ ଓ ୯ ଜଣ ସିଆରପିଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିବା ସହ ସେମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ କର୍ମଶାଳାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଗୀତାଞ୍ଜଳି ସେଠୀ, ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ସେଠୀ, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଏଲଡିଏମ୍ ମନୋଜ ପ୍ରଧାନୀ, ମତ୍ସ୍ୟ, ପ୍ରାଣିସମ୍ପଦ, ଉଦ୍ୟାନକୃଷି, ଜିଲ୍ଲା ସମାଜ ମଙ୍ଗଳ, ଦକ୍ଷତା ବିକାଶ ଓ କର୍ମ ନିୟୋଜନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମଂଚାସୀନ ଥିଲାବେଳେ ବିଭିନ୍ନ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତ୍ରିଭୁବନ ଜୟସିଂହ, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ, ସିଆରପି, ପ୍ରାଣି ମିତ୍ର, ଜୀବିକା ମିଶନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜନସାଧାରଣ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ ପାଢୀ କାର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ । ଶେଷରେ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଆରତୀ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜୟଶ୍ରୀ ପତି ମଂଚ ପରିଚାଳନା କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

୫୦ ଯବାନଙ୍କ ସାଇକେଲରେ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା

Wed Mar 12 , 2025
ସିଆଇଏସ୍‌ଏଫ୍‌ର ଉପକୂଳ ସୁରକ୍ଷା ଯାତ୍ରା ସୁରକ୍ଷା ଅବଦାନ ପାଇଁ କନିକା ରାଜାଙ୍କୁ ସମ୍ମାନ କେନ୍ଦ୍ରାପଡ଼ା,୧୨ା୩: ଉପକୂଳ ସୁରକ୍ଷା ସଚେତନତା ପାଇଁ ରାଇଜି ଡ଼େ ମାର୍ଚ୍ଚ ୧୦ରୁ ସିଆଇଏସ୍‌ଏଫ୍ ପକ୍ଷରୁ ପଶ୍ଚିମବଙ୍ଗରୁ କନ୍ୟା କୁମାରୀ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ମଙ୍ଗବାର ଏହି ସାଇକେଲ ଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲା ଅତିକ୍ରମ କରିଛି। ଏହି ଯାତ୍ରାରେ ୫୦ ଜଣ ସିଆଇଏସ୍‌ଏଫ୍‌ର ମହିଳା ଏବଂ ପୁରୁଷ ଜବାନ୍ ସାଇକେଲ ଚଲାଇ ଉପକୂଳ ସୁରକ୍ଷା ବାର୍ତ୍ତା […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading