ଜମ୍ବୁଦ୍ୱୀପ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଜମ୍ବୁଦ୍ୱୀପ ବାଣିଜ୍ୟର ପେଣ୍ଠ ସ୍ଥଳ ଥିଲା: ସ୍ୱାସ୍ଥ୍ୟ ମନ୍ତ୍ରୀ

blank
କେନ୍ଦ୍ରାପଡ଼ା,୧୭ା୪: ଜମ୍ବୁଦ୍ୱୀପର ନୌବାଣିଜ୍ୟ ଇତିହାସ ଆମକୁ ବିକାଶ ଦିଗକୁ ଆଗେଇ ନେବ। ଓଡ଼ିଶା ରାଜ୍ୟର ବାଣିଜ୍ୟ ପେଣ୍ଠସ୍ଥଳ ଥିଲା ଜମ୍ବୁଦ୍ୱୀପ। ସାଧବ ପୁଅମାନେ ଇଣ୍ଡୋନେସିଆ, ବାଲି, ସୁମାତ୍ରାକୁ ବ୍ୟବସାୟ କରିବାକୁ ଯାଉଥିଲେ। ମୁକସାକ୍ଷୀ ଭାବେ ରହିଛି ହୁକିଟୋଲା ଓ ବତିଘର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଛନ୍ତି। ଦରିଆ ରାମଚଣ୍ଡୀଙ୍କ ପୀଠରେ ଜମ୍ବୁଦ୍ୱୀପ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ମଧ୍ୟ କାହିଁକି ପୂର୍ବରୁ ମେଡିକାଲ କଲେଜ ପ୍ରତିଷ୍ଠା ହେଲା ନାହିଁ। ଦୁଇ ଦଶନ୍ଧି ଧରି ଯେଉଁ ନେତାମାନେ ଏହି ମାଟିରେ ଥିଲେ ସେମାନେ କ’ଣ କରୁଥିଲେ। ତଥାପି ଆମେ ଆନ୍ଦୋଳନ କାରୀଙ୍କୁ ନିରାଶ କରିବୁ ନାହିଁ। ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ହେବ। କେନ୍ଦ୍ରାପଡ଼ା ଜିଲ୍ଲାବାସୀ ମେଡିକାଲ କଲେଜ ପାଇବାରୁ କେଭେବି ବଞ୍ଚିତ ହେବେ ନାହିଁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ। ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇଛି। ସବୁ ଜିଲ୍ଲାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ମୁଖ୍ୟବକ୍ତା ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ କହିଲେ ଜମ୍ବୁଦ୍ୱୀପର ଗାରିମାମୟ ଇତିହାସ ରହିଛି। ଷୋଡଶ ଶତାଦ୍ଦିରେ କୁଜଙ୍ଗର ଷଣ୍ଢରାଜା ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା କରିବାକୁ ଏହି ସ୍ଥାନକୁ ଆସିଥିଲେ। ଏହି ସ୍ଥାନରୁ ବିଶ୍ୱର ବିଭିନ୍ନ ଦେଶକୁ ସାବତ ପୁଅ ମାନେ ବାଣିଜ୍ୟ କରିବାକୁ ଯାଉଥିଲେ। ଓଡିଶାର ଇତିହାସକୁ ରୋମନ୍ଥନ କଲେ ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ଭୂମିକା ଅତୁଳନୀୟ ଥିଲା। କେନ୍ଦ୍ରାପଡ଼ା ମାଟି ଓଡ଼ିଶାର ସଂଗୀତ ଜଗତକୁ ରୁଦ୍ଧିମନ୍ତ କରିଛି। ଏହି ମାଟି ବ୍ରିଟିଶ ମାନଙ୍କୁ ତଡିବାରେ ସହାୟକ ହୋଇଥିଲା। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ୨ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। ଶିଳ୍ପମନ୍ତ୍ରୀ ଏହି ଜିଲ୍ଲାରେ ଥିଲେ କିନ୍ତୁ କାହିଁକି ଶିଳ୍ପ ପ୍ରତିଷ୍ଠା ହେଲାନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ବିଜୁ ଜନତା ଦଳର ନେତାମାନେ ଅନ୍ୟ ଉପରେ ଦୋଷ ଲଦି ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ସିଙ୍ଗାପୁରର ଏକ କମ୍ପାନୀ ୧୫ ହଜାର କୋଟି ପୁଞ୍ଜି ନିବେଶ କରିବ। ଫଳରେ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ ବୋଲି ସେ କହିଥିଲେ। ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ମନ୍ତ୍ରୀ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେପି ଓବିସି ମୋର୍ଚ୍ଚା ଅଧ୍ୟକ୍ଷ ସୁରଥ ବିଶ୍ୱାଳ, ସାଂସଦଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଣ୍ଠର ଯାଦୁରେ ଦର୍ଶକ ମାନେ ବିଭୋର ହୋଇଉଠିଥିଲେ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଡାମରପୁରରେ ଗଛରୁ ପଡି ଛାତ୍ରୀ ମୃତ

Sat Apr 19 , 2025
ପଟ୍ଟାମୁଣ୍ଡାଇ ୧୯/୪ -ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି । ଏକ ଆମ୍ବ ଗଛରୁ ଖସିପଡି ଜଣେ ନାବାଳିକା ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଂଗୀତା ତରାଇ ୧୩ ବୋଲି ଜଣାପଡିଛି ।ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଛେଦରା ଗ୍ରାମର ସଂଗୀତା […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading