ପଟ୍ଟାମୁଣ୍ଡାଇ କଲେଜରେ ଜାତୀୟ ଟବାକୋ ଆୟୁତ କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ତା ୧୬/୪- ପଟ୍ଟାମୁଣ୍ଡାଇ କଲେଜ ସାଇନ୍ସ ସୋସାଇଟି ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କମ୍ୟୁନିଟ ହେଲଥ ସେଣ୍ଟର ପକ୍ଷରୁ ଏକ ଜାତୀୟ ଟବା କୋ ଆୟୁତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ କମ୍ୟୁନିଟ ହେଲଥ ସେଣ୍ଟର ପକ୍ଷରୁ ଡ଼ା ଅଶୋକ ସାହୁ, ଏପିଡେମୋଲଜିଷ୍ଟ ଡ଼ା ପୁରବୀ ପରିଡା, ଆୟୁଷ ମେଡିକାଲ ଅଫିସର ଶ୍ୟାମ ସୁନ୍ଦର ବିଶ୍ୱାଳ, ପି ଏଚ ଇ ଓ ସ୍ନେହଲତା ମହାନ୍ତି ପ୍ରମୁଖ ଯୋଗ ଦେଇ ଟବାକୋ ବ୍ୟବହାର ଦ୍ୱାରା ଶରୀର ଉପରେ କୁପ୍ରଭାବ ଉପରେ ଆଲୋକପାତ କରି ଟବା କୋ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ସାଇନ୍ସ ସୋସାଇଟି ଉପସଭାପତି ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ କୁଇଜ, ଝୋଟି ଓ ପୋଷ୍ଟର ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।  ଶେଷରେ ଅଧ୍ୟାପକ ଅମିତ ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା ସରୋଜକାନ୍ତ ନାୟକ, ସୁଭାଶିଷ ମିଶ୍ର, ଆଲୋକ ସାହୁ, ଜିତେନ୍ଦ୍ର ମଲ୍ଲିକ ପରିଚାଳନା କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ହିନ୍ଦୁ ଏକତା ଶୋଭାଯାତ୍ରା ଓ ସମାବେଶ

Wed Apr 16 , 2025
ପଟ୍ଟାମୁଣ୍ଡାଇ ୧୬/୪- ପଟ୍ଟାମୁଣ୍ଡାଇ ନଗର ବିଜେପି ପ୍ରାକ୍ତନ ସଭାପତି ଯୁବନେତା ଶଶିକାନ୍ତ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ହିନ୍ଦି ଏକତା ଶୋଭାଯାତ୍ରା ବାଲିପଡ଼ା ହନୁମାନ ମନ୍ଦିର ନିକଟରୁ ବାହାରି ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲା ।  ସେଠାରେ ବିଜେପି ଯୁବନେତା ଶଶିକାନ୍ତ ସ୍ୱାଇଁଙ୍କ ପୌରହିତ୍ୟ ଓ ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ରାଷ୍ଟ୍ରୀୟ ହିନ୍ଦୁ ସେନା ମୁଖ୍ୟଅତିଥି, […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading