ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ସୁଜାତା ରାଉତ କାର୍ତିକେୟନ

blank
ଭୁବନେଶ୍ୱର,୨୯/୩- ଦୁଇହଜାର ମସିହାର ଆଇଏଏସ ଅଧିକାରୀ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ରାଉତ କାର୍ତିକେୟନ ଆଗୁଆ ଅବସର ନେଇଛନ୍ତି । ତାଙ୍କ ଆଗୁଆ ଅବସର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି। ଏବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପରେ ଏବେ ତାଙ୍କର ଆଗାମୀ ଷ୍ଟେପ ଉପରେ ସମସ୍ତଙ୍କ ନଜର ରହିଛି ।ସୁଜାତା ରାଉତ କର୍ତିକେୟନ ପାଣ୍ଡିଆନ ପ୍ରାୟ ଗୋଟେ ମାସ ତଳୁ ସ୍ୱେଚ୍ଛାକ୍ରୁତ ଅବସର ଲାଗି ଆବେଦନ କରିଥିଲେ। ହେଲେ ଏନେଇ ସରକାରୀସ୍ତରରେ ବାହାରକୁ ଖବର ପ୍ରକାଶ ପାଇ ନ ଥିଲା। ମାତ୍ର ଏବେ ତାଙ୍କ ଭିଆରଏସ ଆବେଦନ କେନ୍ଦ୍ର ଗ୍ରହଣ କରିଥିବା ନେଇ ବିଭାଗୀୟ ଚର୍ଚ୍ଚା ଜୋର ଧରିଛି।
ସୁଜାତାଙ୍କ ଘର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ଗ୍ରାମରେ। ତାଙ୍କ ପିତା ଜଣେ ଡାକ୍ତର ଭାବେ ଝାଡ଼ଖଣ୍ଡର ଜାମସେଦପୁରରେ କାର୍ଯ୍ୟ କରୁଥବା ବେଳେ ତାଙ୍କ ପ୍ରାରମ୍ଭିକ ଜୀବନ ସେଠାରେ କଟିଥିଲା । ୨୦୦୦ ମସିହାରେ ସୁଜାତାଙ୍କ ଆଇଏଏସ କ୍ୟାରିୟର ଆରମ୍ଭ ହୋଇଥିଲା। ନବରଙ୍ଗପୁର ଉପଜିଲ୍ଲାପାଳରୁ କ୍ୟାରିୟର ଆରମ୍ଭ କରି ସୁନ୍ଦରଗଡ଼ ଓ କଟକର ଜିଲ୍ଲାପାଳ ଭାବେ ଜିଲ୍ଲାସ୍ତରରେ କାମ କରି ବେଶ ସୁନାମ ଅର୍ଜନ କରିଥିଲେ ।୨୦୦୭ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ କଟକର ପ୍ରଥମ ମହିଳା ଜିଲ୍ଲାପାଳ । ପରବର୍ତୀ ସମୟରେ ସେ ମିଶନ ଶକ୍ତିର ନିର୍ଦ୍ଦେଶିକା ଭାବେ ବେଶ ଆଦୃତି ଲାଭ କରିଥିଲେ । ଓଡ଼ିଶାର ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ଦିଗଦର୍ଶନ ଦେବା କ୍ଷେତ୍ରରେ ତାଙ୍କର ଅବଦାନ ବେଶ ଉଲ୍ଲେଖନୀୟ ଥିଲା । ମିଶନ ଶକ୍ତି ନୂଆ ବିଭାଗ ହେବା ପରେ ସେ ସେହି ବିଭାଗର କମିଶନର ତଥା ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ । ମହିଳା ଓ ଶିଶୁ କଲ୍‌ଯାଣ ବିଭାଗର ସଚିବ ତଥା କମିଶନର ଦାୟିତ୍ୱ ସାଙ୍ଗକୁ ତାଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ । ୨୦୨୪ ମସିହାରେ ତାଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିଲା । ୨୫ ବର୍ଷର ଆଇଏଏସ କ୍‌୍ୟାରିଅର ପରେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଆଗୁଆ ଅବସର ଗ୍ରହଣ କରିଛନ୍ତି । ଦେଢ ବର୍ଷ ତଳେ ତାଙ୍କ ସ୍ୱାମୀ ଭି. କାର୍ତିକ ପାଣ୍ଡିଆନ ମଧ୍ୟ ଆଇଏଏସରୁ ଅବସର ନେଇଥିଲେ ।
ସୂଚନାଥାଉ କି, ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ। ଦୀର୍ଘ ୬ମାସ ସେ ତାଙ୍କ ଝିଅର ୧୦ମ ପାଠପଢା ଲାଗି ଛୁଟିରେ ଥିଲେ । ସେ ଆହୁରି ଅଧିକ ଦିନ ଛୁଟି ଆବେଦନ କରିଥିଲେ ମଧ୍ୟ ଭାଜପା ସରକାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହାପରେ ସେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି, ଯାହାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sat Mar 29 , 2025
କେନ୍ଦ୍ରାପଡା,୨୯ା୩ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଡକ୍ଟର ସଞ୍ଜୀବ କୁମାର ମହାନ୍ତିଙ୍କୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଲେଜର ଉଭୟ ଏନସିସି ବାଳକ ଓ ବାଳିକା, କ୍ୟାପଟେନ ସୀମା ମହାନ୍ତି, ସିଟିଓ ସତ୍ୟରଞ୍ଜନ ମିଶ୍ର, ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଅନୁପ କୁମାର ରାଉତ, ମିତ୍ରଭାନୁ ସାହୁ, ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading