କେନ୍ଦ୍ରାପଡ଼ା,୫ା୧୨:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପ୍ରାୟୋଜିତରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆୟୋଜିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା,କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଜିଲ୍ଲା ସଂସ୍କୃତି […]

କେନ୍ଦ୍ରାପଡ଼ା,୫ା୧୨:ବାରିମୂଳସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ଆଜିଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏହି ଶିବିରକୁ ଉଦଘାଟନ କରିଛନ୍ତି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟାର ଅଜୟ କୁମାର ରାଉତ ଏହି ଶିବିରରେ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ଯୋଗଶିକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ […]

କେନ୍ଦ୍ରାପଡ଼ା,୫ା୧୨:ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ପୌରାହିତରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ୨୦୧୩ ଆଧାରରେ ରେସନ କାର୍ଡ ବଣ୍ଟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ […]

ପଟ୍ଟାମୁଣ୍ଡାଇ ୫/୧୨ – ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ତଥା ପରିବେଶବିତ୍ ଡାଃ ମନୋରଞ୍ଜନ ଦାଶଙ୍କ ଏକାଦଶତମ କବିତା ସଂକଳନ “ବିଶ୍ୱର ଅସ୍ମିତା କାଳିଆ ଠାକୁର” ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ ପ୍ରାବନ୍ଧିକ ତଥା କଥାକାର ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାବର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଆମର ସ୍ୱାଭିମାନ ଆମର ଅସ୍ମିତା। ସର୍ବଧର୍ମର ସମନ୍ୱୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର […]

କେନ୍ଦ୍ରାପଡ଼ା,୪ା୧୨:କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ। ଓଡିଶାରେ ଖରିଫ୍ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡି ଖୋଲିବା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ମିଲର ଓ ସରକାରଙ୍କ କଳି ପଦାକୁ ଆସିଛି। ଏହା କଳି ନା କୋଳାକୋଳି ବୋଲି ଚାଷୀ ସନ୍ଦେହ […]

ପଟ୍ଟାମୁଣ୍ଡାଇ ୪/୧୧-କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଗଣସଂଗଠନ ଜନମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଦସ୍ୟ ପଟ୍ଟାମୁଣ୍ଡାଇ ଅଂଚଳର କୃଷକ ନେତା ପାରେଶ୍ୱର ବିଶ୍ୱାଳଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବେଲତଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଜନମଂଚ ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା […]

କଟକ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ ବିଜୟୀ ପଟ୍ଟାମୁଣ୍ଡାଇ ୩/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଖେଳ ପଡିଆରେ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।ଦୁଇଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ୧୦ଟି ମହାବିଦ୍ୟାଳୟର ପ୍ରତିଯୋଗିମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ କଟକ ବିଜୟୀ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ନିର୍ଦେଶରେ […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସକୁ ନେଇ ଏକ ଆଇନ ସଚେତନା ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରା ଜଜ୍ […]

କେନ୍ଦ୍ରାପଡ଼ା, ୩ା୧୨: ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ଆଖି ଆଗରେ ରଖି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […]

କେନ୍ଦ୍ରାପଡ଼ା,୩ା୧୨:କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତଗୀତା ସମ୍ପୂର୍ଣ୍ଣ ପାରାୟଣ ଓ ହବନ ଯଜ୍ଞ ସମ୍ପାଦନ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନ ଏବଂ ତର୍ପଣ କରାଯିବା ପରେ ରୀତି ନୀତି ଅନୁଯାୟି ସମସ୍ତ କାର୍ଯ୍ୟ କରାଯାଇଥିଲା। ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, […]

Breaking News