ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତାରେ ସମିତିସଭ୍ୟ ମାନଙ୍କୁ ସାମିଲ କରିବା ଓ ବିଭିନ୍ନ ପଂଚାୟତର ବିକାଶ ପ୍ରକ୍ରିୟାକୁ ପ୍ରଶାସନ ସହଯୋଗରେ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଟ୍ଟାମୁଣ୍ଡାଇ ସମିତି ସଭ୍ୟ ସଂଘ ଗଠନ କରାଯାଇଛି ।ଏହି ଉପଲକ୍ଷେ ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ, […]
Year: 2025
କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପୂର୍ବତନ ଜି.ଆର.ଏସ. ଶ୍ରୀ ଘଡେଇ ଏଣ୍ଡର ଗ୍ରାମପଞ୍ଚାୟତର ଜି.ଆର.ଏସ. ଥିବା ବେଳେ ଏକ ସିମେଣ୍ଟ […]
କେନ୍ଦ୍ରାପଡା, ୨୭ା୨: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ମାର୍ଶାଘାଇ ଥାନା ଅଧିନ ଗୋପିନାଥପୁର ଗ୍ରାମର ପାୟଲ ସାମନ୍ତରାୟ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୬ତାରିଖ ରାତି ୧୨ଟାରେ ସେ ଘରେଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ସେ […]
କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ୧୦ଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି ହୋଇଛି। ଏନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ସଭାପତି ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଆଳି ବ୍ଲକ ଅନ୍ତର୍ଗତ ନୂଆପଡା, ବାଟିପଡା, ସାନମଙ୍ଗ, ସହିରା, ପତ୍ରପୁର, ନରେନ୍ଦ୍ରପୁର, ସିଙ୍ଗିରି, […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଚଂଳର ପ୍ରସିଦ୍ଧ ଶୈବ ପୀଠମାନଙ୍କରେ ବୁଧବାର ପ୍ରସିଦ୍ଧ ଜାଗରଯାତ୍ରା ମହାସମାରୋହରେ ପାଳିତ ହେଉଛି । ପଟ୍ଟାମୁଣ୍ଡାଇ ଉତିକଣ ଅଚଂଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦ୍ରମୌଳୀମନ୍ଦିରରେ ଭୋର ୪ ଟାରୁ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ପହଡ ଖୋଲାଯାଇଥିଲା। ଶ୍ରଦ୍ଧାଳୁ ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ। ଶିବଙ୍କ ମନ୍ତ୍ର ଧ୍ୱନିରେ ପୀଠ ପ୍ରକମ୍ପିତ ହୋଇଥିଲା। ହାଜାର ହାଜାର ଶ୍ରଦ୍ଧାଳୁ ପୀଠରେ ସମାଗମ […]
କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ତିନିମୁହାଣୀ ଚଟିପୋଲ ନିକଟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ କଟକ-ଚାନ୍ଦବାଲି ରାଜପଥରେ ଏକ ହାଇୱା ଧକ୍କାରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହିପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳୀ ପୃଷ୍ଟି(୩୨)। ମହିଳା ଜଣକ ନିଜର ୪ ବର୍ଷର ପୁତ୍ର ସହ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁଙ୍କ ସହିତ ସ୍କୁଟିରେ ବସି ମହିପାଳରୁ […]
କେନ୍ଦ୍ରାପଡ଼ା,୨୪ା୨: ରାଜ୍ୟର ଅଗ୍ରଣୀ ସମବାୟ ଅନୁଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୩୮ତମ ପ୍ରତିଷ୍ଠା ଦିବସ କଜଳାସ୍ଥିତ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାଙ୍କର ଅଂଶିଦାର, ଜମାକାରୀ, ଗ୍ରାହକ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ବ୍ୟକ୍ତ କରିଥିଲେ । ପ୍ରଥମେ ଓଡିଶାର ସମବାୟ ଆନ୍ଦୋଳନର […]
ଦୁବାଇ୨୩ା୨-ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିବା ବେଳେ ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି […]
କେନ୍ଦ୍ରାପଡ଼ା, ୨୩ା୨: ୨୦୨୫-୨୬ କେନ୍ଦ୍ର ବଜେଟ୍ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପ୍ରତି ଚରମ ବିଶ୍ୱାସଘାତକତା ବୋଲି ବାମପନ୍ଥୀ ଦଳମାନଙ୍କ ପ୍ରଚାର ଅଭିଯାନରେ କୁହାଯାଇଛି। ଲୋକଙ୍କ କ୍ରୟଶକ୍ତିର ଅଭାବ, ବ୍ୟାପକ ବେକାରୀ କାରଣରୁ ଅର୍ଥନୀତିରେ ସଂକଟ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପରିବର୍ତ୍ତେ ଧନୀକ ବର୍ଗଙ୍କ ପାଇଁ ସୁବିଧା ବୃଦ୍ଧି କରିଛି। ଜନସେବା ପାଇଁ ବ୍ୟୟ ବରାଦ ହ୍ରାସ ପାଇଛି। ଧନୀମାନଙ୍କ ପୁଞ୍ଜି ବଢ଼ିବାରେ ସାହାଯ୍ୟ କରୁଛି। […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଂଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି କୁହାଯାଉଛି । ସେମାନଙ୍କୁ ସ୍ୱସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ମିଳୁନାହିଁ କି ରହଣି ନେଇ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ […]