କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅବ୍ୟବସ୍ଥା ଦେଖା ଦେଇଛି । ସରକାର ବିଭିନ୍ନ ବିଭାଗ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀ ରଖି ତଦାରଖ ଦାୟୀତ୍ୱ ଦେଇଛନ୍ତି । ହେଲେ ଅଧିକାରୀ ଓ କର୍ମଚାରୀ ନିଜ କାର୍ଯ୍ୟରେ ଅବହେଳା, ଅନିୟମିତତା, ସରକାରୀ ଅର୍ଥର ଦୂରୁପଯୋଗ ଏବଂ ପରିଚାଳନାଗତ ତ୍ରୁଟି କରୁଥିବା ଦେଖିବାକୁ ମିଳିଛି । ଲୋକେ ଅଭିଯୋଗ କଲେ ମଧ୍ୟ ଅଣଦେଖା କରାଯାଉଛି । ଫଳରେ ବିଭାଗୀୟ ସରକାରୀ କାର୍ଯ୍ୟ ନିରୁତ୍ସାହଜନକ ରହୁଛି । ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ବିରୋଧରେ ଅର୍ଥ ଖର୍ଚ୍ଚ କରାଯାଉଛି। ଖର୍ଚ୍ଚ ହେଉଥିବା ଅର୍ଥ ଲୋକଙ୍କ କାମରେ ଆସୁନଥିବା ବେଳେ ବିଭାଗୀୟ ଅଧିକାରୀ ଠିକାଦାର ମାଲେମାଲ ହେଉଛନ୍ତିା ସାଧାରଣ ଲୋକଟି ଅଭାବର ଯନ୍ତାରେ ଛଟପଟ ହୋଇ ରାଜ୍ୟ ଓ ଦେଶର ଉନ୍ନତି ସବୁପ୍ରକାର କର ସରକାରଙ୍କୁ ଦେଉଛିା ମାତ୍ର ସେହି କର ଟଙ୍କାରେ ଦରମା ନେଇ ଅଧିକାରୀ କର୍ମଚାରୀମାନଙ୍କ ମଧ୍ୟରେ ମନମାନୀ ବଢିଚାଲିଛି । ଯାହାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ଡାଇଛି ।
ଆର୍ଥିକ ଅଭାବର ଯନ୍ତାରେ ଛଟପଟ ଲୋକେ – ଚାଷୀମୂଲିଆ ସଂଘ ଆବାହକ ଭାସ୍କର ରାଉତରାୟ
ଗାଁ ଗହଳୀ ସାଧାରଣ ଲୋକଙ୍କ ଭାଗ୍ୟ ବଦଳୁ ନ ଥିବା ବେଳେ ହା ହତାଶ ମଧ୍ୟରେ ଜୀବନ ବିତାଉଛନ୍ତି । ପାରିବାରିକ ଖର୍ଚ୍ଚରେ ଓଡ଼ିଶା ଦେଶରେ ତଳ ଆଡ଼ୁ ତୃତୀୟ । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟର ପାରିବାରିକ ବ୍ୟୟ ସର୍ବେକ୍ଷଣର ରିପୋଟ ଅନୁଯାଇ ଓଡିଶାର ଗୋଟିଏ ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା । ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ମାତ୍ର ୧୧୨ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହେଉଛନ୍ତି । ଗୋଟିଏ ପରିବାର ରାଜ୍ୟ ଓ ଦେଶର ଉନ୍ନତି ପାଇଁ ଦୈନିକ ୧୧୨ ଟଙ୍କା ଉପରେ ସରକାରଙ୍କୁ ଜିଏସଟି କର ଦେଉଛି । ହେଲେ ଉନ୍ନୟନ କର୍ଯ୍ୟର ତଦାରଖ ଦାଇତ୍ୱରେ ଥିବା ଅଧିକାରୀ ଦରମା ନେଇ କାର୍ଯ୍ୟରେ ଅବହେଳା କରୁଛନ୍ତି । ଫଳରେ ରାଜ୍ୟ ତଳ ଆଡକୁ ଟାଣି ହୋଇ ଯାଉଛି ।
ସରକାରୀ ଅର୍ଥର ଦୂରୁପଯୋଗ କରାଯାଉଛି -ଯୁବ ନେତା ସତ୍ୟପ୍ରୀୟ ସାମଲ
ପଟ୍ଟାମୁଣ୍ଡାଇ ଅଂଚଳ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଇଞ୍ଜିନିୟରିଙ୍ଗ ବିଭାଗ ସ୍ଥାଣୁ ପାଲଟିଛି । ପଂଚାୟତ ରାଜ, ଗ୍ରାମ୍ୟନିର୍ମାଣ, ପାନୀୟଜଳ ପରିମଳ, ଉନ୍ନୟନ, ପୂର୍ତ ବିଭାଗ ଓ ଜଳସେଚନ ଅଧିନରେ କାର୍ଯ୍ୟ କରୁଥିବା ଇଂଜିନିୟର ମାନଙ୍କ ଦୂରଦୃଷ୍ଠି ଅଭାବ ଓ ପରିଚାଳନାଗତ ତୃଟି ଯୋଗୁଁ ଉନ୍ନତି ମୂଳକ କାର୍ଯ୍ୟରେ ଅନିୟମିତତା ପରିଲକ୍ଷିତ ହେଉଛି ।କୋଟି କୋଟି ଟଙ୍କା ବ୍ୟୟରେ କରାଯାଉଥିବା ରାସ୍ତାଘାଟ, ଆଲୋକିକରଣ, ଇମ୍ଫାଷ୍ଟକ୍ଚର, କ୍ଷେତକୁ ଜଳସେଚନ ଓ ନିଷ୍କାସନ,ପାଇପଯୋଗେ ପାନୀୟ ଜଳ, ନଳକୂପ ଏପରି ଅନେକ କାର୍ଯ୍ୟରେ ସରକାରୀ ଅର୍ଥର ଦୂରୁପଯୋଗ କରାଯାଉଛି । ଯାହା ବର୍ଷେ ଦୁଇ ଭିତରେ ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି । କାର୍ଯ୍ୟରତ ସମସ୍ତ ବିଭାଗୀୟ କର୍ମଚାରୀ ଠିକାଦାର ପ୍ରୀତି କରି ମିଳିଭଗତରେ ଅର୍ଥ ଚଳୁକରିଚାଲିଥିବା ବେଳେ ସାଧାରଣ ଲୋକ ଟ୍ୟାକ୍ସ ଦେଇ ଏହି ସବୁ ଯୋଜନାରୁ ବଂଚିତ ହେଉଛନ୍ତି ।
ସରକାରୀ କାର୍ଯ୍ୟରେ ନିରୁତ୍ସାହଜନକ ପରିଲକ୍ଷିତ ହେଉଛି-ଆଇନଜୀବୀ ପ୍ରମୋଦ ସାହୁ
ପଟ୍ଟାମୁଣ୍ଡାଇ ପୌରାଂଚଳରେ ସରକାରୀ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ଅବ୍ୟବସ୍ଥାରେ ପଡିରହିଛି । ସହରର ଗଳିକନ୍ଦିରେ ୧ କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଇ-ଟଏଲେଟ୍ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୨୦ଟି ୱାର୍ଡରେ ୧୬ଟି ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ , କଚେରୀ ପୋଖରୀ ସମେତ ଅନେକ ଜଳାଶୟ ଲୋକଙ୍କ କାର୍ଯ୍ୟରେ ନଲାଗି ଅକାମି ହୋଇ ପଡିଛି । ରାସ୍ତା ଘାଟରେ ଗାଈଗୋରୁ ବୁଲୁଛନ୍ତି । କୁଢକୁଢ ଅଳିଆ ଆବର୍ଜନା ପଡିଛି । ଜବରଦଖଲ ଯୋଗୁ ଟିକେ ବର୍ଷାରେ ସହର ସାରା ଜଳାନବ ପରିସ୍ଥିତି ଉପୁଜୁଛି । ଅନେକ ଯୋଜନା ବାଟବଣା ହୋଇରହିଛି । ଯାହା ସରକାରୀ କାର୍ଯ୍ୟରେ ନିରୁତ୍ସାହଜନକ ପରିଲକ୍ଷିତ ହେଉଛି ।
ଅଧିକାରୀ ଠିକାଦାରଙ୍କ ଅସାଧୂ ମେଂଟ -ଯୁବ ସଂଙ୍ଗଠକ ଗୌତମ ବେହେରା
ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ରାସ୍ତା ଘାଟ କର୍ଦ୍ଦମାକ୍ତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଉଦାହରଣ ଭାବେ ୨୨ କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ-ମଦନପୁର ବ୍ରାହ୍ମଣୀ ଘେରିବନ୍ଧ ରାସ୍ତା, ସେହିଭଳି କୋଟିକୋଟି ସରକାରୀ ଅର୍ଥରେ ଅଳଭା-ଗଣ୍ଡାକିଆ, ଅଳଭା-ଦୋଷିଆ, ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା, ମାଳିବସା-ବାବର ଓ ଗୁଣ୍ଠି ଚହଳିବାଙ୍କ ଭଳିି ଅନେକ ପୂର୍ତ ବିଭାଗ ରାସ୍ତା ସହିତ ଆରଡି ବିଭାଗର ଉତିକଣ ଅଂଚଳର ଅନେକ ରାସ୍ତା ୬ ମାସ ନପୁରୁଣୁ ପିଚୁ ଗୋଡି ଅଲଗା ହୋଇଗଲାଣି । ଅଧିକାରୀ ଠିକାଦାରଙ୍କ ଅସାଧୂ ମେଂଟ ରୁ ଏପରି ହେଉଛି ବୋଲି ଲୋକେ କହିଲେଣି । ସେହିପରି ପଂଚାୟତ ରାଜ ବିଭାଗ ଅଧିନରେ ଗ୍ରାମ୍ୟରାସ୍ତାରେ କାଦୁଅ ପାଣି ଜମି ସମସ୍ୟା ସୃଷ୍ଟି କରୁଛି। ସେହିପରି ବାଇପାସ ରାସ୍ତା ନିର୍ମାଣ କରୁଥିବା ଠିକାଦାର କେନାଲରୁ ମାଟି ଖନନ କରି ଶଯ୍ୟାକୁ କେଉଁଠି ଗଣ୍ଡ ତ ଆଉ କେଉଁଠି ପଡ଼ିଆରେ ପରିଣତ କରିସାରିଲେଣି। ଏଭଳି ସ୍ଥିତିରେ ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ମୁହଁ ଖୋଲୁନଥିବା ବେଳେ କ୍ଷେତକୁ ଜଳ ପରିଚାଳନାରେ ଅସୁବିଧା ହେବ ବୋଲି ଚାଷୀକୂଳ ଆଶଙ୍ଖା ପ୍ରକାଶ କରିଛନ୍ତି ।
କାର୍ଯ୍ୟରେ ଅବହେଳା ଯୋଗୁ ରାସ୍ତା କଡ ବୃକ୍ଷ ଶୁନ୍ୟ ହୋଇଗଲାଣି -ବୁଦ୍ଧିଜୀବୀ ଆଲୋକ ନାୟକ
ପଟ୍ଟାମୁଣ୍ଡାଇ ରାଜସ୍ୱ ବିଭାଗ ଓ ରାଜନଗର ବନଖଣ୍ଡ ବିଭାଗ ଅପାରଗତା ଓ କାର୍ଯ୍ୟରେ ଅବହେଳା ପାଇଁ ଶତାଧିକ ମୁଲ୍ୟବାନ ଗଛ ବଳିପଡୁଛିା ମାତ୍ର ନିରିକ୍ଷକ ଓ ଅଧିକାରୀ ମାନେ କାର୍ଯ୍ୟାଳୟରୁ ବାହାରୁ ନାହାଁନ୍ତି । ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ କେନାଲ ରାସ୍ତା ନବିକରଣ ବହୁ ଗଛ ବଳିପଡିଲା । ମାତ୍ର ବନବିଭାଗ ଚୁପ ବସିଲା ଆଉ ଯେଉଁ ଗଛ ବଂଚିଛି ତାହା ପାଶ୍ୱରୁ ମାଟି ତଡା ହୋଇଗଲା । ସ୍ଥାନୀୟ ଆରଆଇ ଜାଣିପାରିଲେ ନାହିଁ । ଏବେ ବର୍ଷା ଦିନ ଆସୁଛି ଶତାଧିକ ଗଛ ଢଳିପଡିବା ଆଂଶଙ୍କା ପ୍ରକାଶ ପାଉଛି । ବଡପଡା, ଦୋଷିଆ ରାସ୍ତାର ପାଶ୍ୱରେ ହୋଇଥିବା ଗଛକୁ ଛେଲି ମାରି ଲୋକେ ନେଇଯାଉଛନ୍ତି । ଏନେଇ ମହାକାଳପଡା ବନଖଣ୍ଡ ରେଞରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫରକ ପଡୁନାହିଁ । ରାଜସ୍ୱ ଓ ବନଖଣ୍ଡ ବିଭାଗର କାର୍ଯ୍ୟରେ ଅବହେଳା ଯୋଗୁ ରାସ୍ତା କଡ ବୃକ୍ଷ ଶୁନ୍ୟ ହୋଇଗଲାଣି ।
Discover more from Lokamata Odisha
Subscribe to get the latest posts sent to your email.