Kendrapara/ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫାଙ୍କା ରହିଥିବା କେନ୍ଦ୍ରାପଡା ଜିଲା ପରିଷଦ ଉପାଧ୍ୟକ୍ଷ ପଦ ଶୁକ୍ରବାର ପୂରଣ ହୋଇଛି । ଏହି ପଦ ପାଇଁ ନିର୍ବାଚନ ପରେ ଆଳି ଜୋନ ଅନ୍ତର୍ଗତ ୪ ନମ୍ବର ବିଜେଡିର ଜିଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି ଶପଥ ଗ୍ରହଣ କରିଛନ୍ତି । ନିର୍ବାଚନରେ ସେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଥିଲେ । ପୂର୍ବାହ୍ନ ୧୦ଟା ୪୨ ମିନିଟରେ ସେ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଧାର୍ଯ୍ୟ ସମୟ ପୂର୍ବାହ୍ନ ଅନ୍ୟ କୌଣସି ପ୍ରାର୍ଥୀ ପତ୍ର ଆସି ନ ଥିବା ନିର୍ବାଚନ ପରିଚାଳନା ଅଧିକାରୀ ଏଡିଏମ ନିଲୁ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି. ପ୍ରାର୍ଥୀପତ୍ର ଯାଂଚ ପରେ ପ୍ରାର୍ଥୀ ମହାନ୍ତିଙ୍କୁ ମଧ୍ୟାହ୍ନରେ ବିଜୟୀ ଘୋଷଣା କରା ଯାଇଥିବା ସହ ପଦର ଗୋପନୀୟତା ଶପଥ ପାଠ ହୋଇଥିଲା । ଏହି ଜିଲା ପରିଷଦରେ ମୋଟ ୩୨ଟି ଜୋନ । ଏଥିମଧ୍ୟରୁ ଭାଜପା ଗୋଟିଏ ଆସନ ପାଇଥିବା ବେଳେ ଅବଶିଷ୍ଠାଂଶ ୩୧ ସଭ୍ୟପଦ ଗତ ୨୦୨୨ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ଓ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ସଭ୍ୟପଦ ତ୍ୟାଗ କରିବା ସହିତ ବିଜେଡିକୁ ଛାଡିଥିଲେ । ଗୀତାଞ୍ଜଳୀ ସାଧାରଣ ନିର୍ବାଚନରେ ଭାଜପାରୁ ଓ ଉପାଧ୍ୟକ୍ଷ ପ୍ରତିହାରୀ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲା । ଇତିମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ପଦ ପୂରଣ ହୋଇଥିଲା । ଶୁକ୍ରବାର ନିର୍ବାଚନ ପୂର୍ବରୁ ଜୋନ ସଭ୍ୟ ଭୀଷ୍ମ ମହାନ୍ତି ଓ ପ୍ରମୋଦ ରଥଙ୍କ ମଧ୍ୟରୁ ଜଣଙ୍କୁ ଉପାଧ୍ୟକ୍ଷ ପଦବୀ ପାଇଁ ଜିଲାରେ ଆଲୋଚନା ହେଉଥିଲା । ତେବେ ଦଳୀୟ ନିଷ୍ପତି କ୍ରମେ ଭୀଷ୍ମ ମହାନ୍ତି ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଦଳୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ।
Discover more from
Subscribe to get the latest posts sent to your email.