ପଟ୍ଟାମୁଣ୍ଡାଇ ୨୦/୫- ଆକାଶଛୁଆଁ, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଶ୍ରମିକମାରଣ ନୀତି ସର୍ବୋପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏଆଇସିସିଟିୟୁ ଜିଲ୍ଲା କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ଆଂଚଳିକ କମିଟି ସହଯୋଗରେ ପଟ୍ଟାମୁଣ୍ଡାଇ ବାଇପାସ ଆମ୍ବେଦକର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ପାର୍ଟି ଅଫିସରୁ ଦଳର କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ବାଇପାସ ଆମ୍ବେଦକର ପ୍ରତିମୂର୍ତୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭରେ ଏଆଇସିସିଟିୟୁ ଜିଲ୍ଲା ସମ୍ପାଦକ ବସନ୍ତ ମଲିକ, ପ୍ରକାଶ ମଲିକ, ଶତ୍ରୁଘ୍ନ ରାଉତ, ଅଶୋକ ଦାସ, ଶ୍ରୀକାନ୍ତ ଲେଙ୍କା, ବିପିନ ସାହାଣୀ, ସୁବାଷ ସୂତାର, ବଂଶୀଧର ସେଠୀ ପ୍ରମୁଖ ବହୁ ସିପିଆଇଏମଏଲ ନେତା କର୍ମୀ ଓ ଚାଷୀ ମୁଲିଆ ଯୋଗ ଦେଇଥିଲେ ।
Discover more from Lokamata Odisha
Subscribe to get the latest posts sent to your email.