ଆଣ୍ଠୋଇ ଭରା ଦେଇ ଲାଇନରେ ଦିବ୍ୟାଙ୍ଗ , ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା

blank
ପଟ୍ଟାମୁଣ୍ଡାଇ ୧୪/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ସ୍କୁଲ ଭିତରେ ଡାକ୍ତରମାନେ ଭିନ୍ନକ୍ଷମ ମାନଙ୍କ କ୍ରମାଙ୍କ ଅନୁଶାଂରେ ଚିହ୍ନଟ କରୁଥିବା ବେଳେ କ୍ରମାଙ୍କ ସଂଖ୍ୟା ଧାର୍ଯ୍ୟ ପଡିଆରେ କରାଯାଉଥିଲା । ଭିନ୍ନକ୍ଷମ ମାନେ ଆଣ୍ଠୋଇ ଭରାଦେଇ ଲାଇନରେଥିବା ଦେଖିବାକୁ ମିଳିଥିଲା । ଶିବିରରରେ ପାଇଖାନା ବ୍ୟବସ୍ଥା ନଥିଲା । ଉଠାପାଇଖାନା ଶିବିର ସରିବା ପାପାଖି ପହଁଚିଥିଲା । ଏହାକୁ ନେଇ ଅନେକ ଭିନ୍ନକ୍ଷମ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଯେଉଁଠି ଶିବିରର ଆୟୋଜନ କରାଯାଇଥିଲା ସେଠାରେ କୌଣସି ସଠିକ ବ୍ୟାବସ୍ଥା କରାଯାଇନଥିବାରୁ ଅନେକ ଭିନ୍ନକ୍ଷମ ବୃଦ୍ଧାବୃଦ୍ଧ ଓ ଦିବ୍ୟାଙ୍ଗ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର ବ୍ୟାବସ୍ଥା ହୋଇଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ଥିଲା । ଯଦ୍ଦ୍ୱାରା ଭିନ୍ନକ୍ଷମମାନେ ନିଜସ୍ୱ ଉଦ୍ୟମରେ ଯିବାର ଦେଖା ଯାଇଥିଲା। ସଂଖ୍ୟାଧିକ ଭିନ୍ନକ୍ଷମ ଆସିଥିବାବେଳେ ସେମାନଙ୍କ ପାଇଁ ପାନୀୟଜଳ, ଉପରେ ପାଲ କିମ୍ବା ପଙ୍ଖା ଆଦିର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିଲା। ଶିବିରରେ ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଶତାଧିକ ଭିନ୍ନକ୍ଷମ ବ୍ୟକ୍ତି ଖୋଲାମେଲାରେ ଢିରାଲାଗି ଛିଡା ହୋଇ ନମ୍ବର କରୁଥିବା ଦେଖିବାକୁ ମିଳିଛି । ଅନେକ ପଞ୍ଜୀକୃତ କରି ନ ପାରି ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ସୂଚନାମତେ ଶୁକ୍ରବାର ପଟ୍ଟାମୁଣ୍ଡାଇ ବିଡିଓଙ୍କ ତତ୍ୱାବଧାନରେ ଏମଏନ ହାଇସ୍କୁଲରେ ହୋଇଥିବା ଭୀମଭୋଇ ସାମର୍ଥ୍ୟ ଶିବିରରେ ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର. ଚକ୍ଷୁ, ବାକ୍‌, ଶ୍ରବଣ ଓ ଶକ୍ତିବାଧିତ ପ୍ରମୁଖ ବିଶେଷଜ୍ଞ ଯୋଗଦେଇ ଭିନ୍ନକ୍ଷମଙ୍କୁ ଚିହ୍ନଟ କରିଥିଲେ। ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣରେ ଅନଲାଇନ ପଞ୍ଜୀକରଣ ପାଇଁ ବ୍ଲକ ପକ୍ଷରୁ ବ୍ୟବସ୍ଥା କରାଯାଇ ନ ଥିବାରୁ ଅନେକ ବ୍ୟକ୍ତି ପଞ୍ଜୀକୃତ କରି ନ ପାରି ନିରାଶରେ ଫେରିଛନ୍ତି ।ଅପରପକ୍ଷେ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ଯୋଉଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା ସେଥିରେ ଅବ୍ୟବସ୍ଥା ଓ ପାତରଅନ୍ତର ହୋଇଥିବା କେତେ ଜଣ ଭିନ୍ନକ୍ଷମ ଓ ତାଙ୍କର ସହେଯାଗୀ ଅଭିଯୋଗ ଉଠାଇଥିଲେ । ଏ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପ୍ରଧାନଙ୍କୁ ପଚାରିବାରୁ ଯେତିକି ଭିନ୍ନକ୍ଷମ ଆସିଛନ୍ତି ତାଙ୍କ ଠାରୁ ଅଧିକ ସାଧାରଣ ଲୋକ ଆସିଥିବାରୁ ଏପରି ହେଇଛି ବୋଲି କହିଥିଲେ ।

Next Post

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୫୨୪ଜଣ ଭିନ୍ନକ୍ଷମ ଚି଼ହ୍ନଟ

Fri Nov 14 , 2025
ପଟ୍ଟାମୁଣ୍ଡାଇ୧୪/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୫୨୪ ଜଣ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ କରାଯାଇଛି। ବିଡ଼ିଓ ଶୀତଲ ଅଗରୱାଲାଙ୍କ ତତ୍ୱାବଧାନରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading