ବି.ଆର.ସି.ସି ଓ ସି.ଆର.ସି.ସିଙ୍କ ବେଆଇନ କାର୍ଯ୍ୟକଳାପ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି


କେନ୍ଦ୍ରାପଡ଼ା,୧୯ା୨: ସରକାର ଏଲିମେଣ୍ଟାରୀ ଶିକ୍ଷାର ଉନ୍ନତି ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସମସ୍ତପିଲାଙ୍କୁ ମାଗଣା ବହି ଯୋଗାଇ ଦେଉଛନ୍ତି। ଏଥିସହିତ ସମସ୍ତ ଶିକ୍ଷକଙ୍କୁ ନୂତନ ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଉଛି। ଏସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ମଣ୍ଡଳ ଶିକ୍ଷା ଅଧିକାରୀ(ବି.ଇ.ଓ.), ବି.ଆର.ସି.ସି. ଓ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀମାନେ ଅଛନ୍ତି। କିନ୍ତୁ ବାଡ ଯଦି ଫସଲ ଖାଏ ତେବେ କ’ଣ ବା ଆଉ କରାଯାଇପାରିବ। କେନ୍ଦ୍ରାପଡାରେ ଜିଲା ଶିକ୍ଷାନୀତିରେ  ନିଛକ ଉଦାହରଣ ଦେଖିବାକୁ ମିଳିଛି  ।  ବି.ଆର.ସି.ସି.ଙ୍କ ଉପରେ ଅନେକ  କ୍ଷମତା ରହିଛି । ଏହି କ୍ଷମତାକୁ ବ୍ୟବହାର କରି ସି.ଆର.ସି.ସି.ଙ୍କ ଓ  ବି.ଆର.ସି.ସି. ମାନେ ବିଭିନ୍ନ କ୍ଲଷ୍ଟର ବୁଌ  ଅର୍ଥ ଆଦାୟରେ କରୁଛନ୍ତି। ଏପରି ଅଭିଯୋଗର ଏକ ଭିଡିଓ କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ କେତେକ ସମ୍ବାଦପତ୍ରରେ ମଧ୍ୟ ଏସମ୍ପର୍କରେ ଖବର ପ୍ରକାଶ ପାଇଥିଲା।

ସେହିପରି ସରକାରଙ୍କ ଠାରୁ ବିଜ୍ଞାନମେଳା ପାଇଁ ଅନୁଦାନ ମଞ୍ଜୁର ହୋଇଥିଲେ ମଧ୍ୟ ଚଳିତବର୍ଷ ବିଜ୍ଞାନ ମେଳା ପାଇଁ ଅନେକ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରୁ ଅର୍ଥ ଆଦାୟ କରାଯାଇଛି।  ଆଦାୟ ହୋଇଥିବା ବହୁ ପରିମାଣର ଅର୍ଥ କୁଆଡେ ଗଲା ବୋଲି ବିଭିନ୍ନ ମହଲରେ ଆଲୋଚନା ଓ ଚର୍ଚ୍ଚା ହେଉଛି। ପ୍ରତ୍ୟେକ ବର୍ଷ ଦୁଇରୁ ତିନି ଥର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ମଣ୍ଡଳ ଶିକ୍ଷା ଅଧିକାରୀ ଓ ବି.ଆର.ସି.ସି. ବୈଠକ କରିଥାନ୍ତି। ସେହି ବୈଠକରେ ସରକାରଙ୍କ ନିର୍ଦେଶ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥାଏ। ଏହାମଧ୍ୟରେ ଏକବର୍ଷ ପୁରଣ ହୋଇଥିଲେ ମଧ୍ୟ ଥରକ ପାଇଁବି ସେଭଳି ବୈଠକ ହୋଇପାରିନାହିଁ। କିନ୍ତୁ ମଦ୍ରାସା ଶିକ୍ଷକମାନଙ୍କୁ ନେଇ ପ୍ରତିମାସରେ ବୈଠକ ହେଉଛି। ଏହି ବୈଠକ ଡାକିବାର ଉଦେଶ୍ୟ ସଂପୃକ୍ତ ଅଧିକାରୀ ହିଁ ଜାଣିଥିବେ। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ପାଇଁ ସମଗ୍ର ଶିକ୍ଷା ମାଧ୍ୟମରେ ବହୁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ କେନ୍ଦ୍ରାପଡା ଜିଲାରେ ଏହା ପ୍ରହସନରେ ପରିଣତ ହୋଇଥିବା ଦେଖାଯାଇଛି। ପ୍ରଶିକ୍ଷଣରେ ଅନୁପସ୍ଥିତ ଥିବା ଶିକ୍ଷକ ପରବର୍ତ୍ତୀ ସମୟରେ ପ୍ରଶିକ୍ଷଣ ଉପସ୍ତାନରେ ସ୍ୱାକ୍ଷର କରିଦେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏସବୁ ଅବ୍ୟବସ୍ଥା ସମ୍ପର୍କରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଠିକା କାମରେ ଲାପରବାହି , ପିଚୁ ରାସ୍ତାରେ ପଡିରହିଲା ମାଟି , ବର୍ଷାରେ ବାଇକ ଚକା ଖସି ୨ ଆହତ

Wed Feb 19 , 2025
ପଟ୍ଟାମୁଣ୍ଡାଇ୧୯ା୨:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତା ପାଶ୍ୱରେ ଜଣେ ଠିକାଦାର ନୟନଜୋରି ପୋତେଇ ପାଇଁ ମାଟି କାମ କରିଥିଲେ । ହେଲେ କମବେଳେ ପିଚୁ ରାସ୍ତାରେ  ଚିକିଟା ମାଟି ପଡିରହିଥିଲା । ବୁଧବାର ସଂନ୍ଧ୍ୟାରେ ବାର୍ଷା ହେବାରୁ ମାଟି ରାସ୍ତାକୁ ବୋହିଆସି କାଦୁଅ ହୋଇଯାଇଛି। ଫଳରେ ଏହି ରାସ୍ତା ଦେଇ ଚଳାଚଳ  କରୁଥିବା ଗାଡ଼ି ଚକା ଖସି ୨ ବାଇକ ଆରୋହୀ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଚିକିତ୍ସା ହେଉଛନ୍ତି। […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading