ପଟ୍ଟାମୁଣ୍ଡାଇ୨/୬- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ କଠିଆପଡା ଗ୍ରାମର ଜଳ ନିଷ୍କାସନ ପଥ ନୟନଜୋରିକୁ ଜଣେ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିବା ସହିତ ଯୁବକସଂଘ ଜାଗାକୁ ଅକ୍ତିଆରକୁ ନେଇ ଦୋକାନ ଘର ନିର୍ମାଣ କରି ବ୍ୟବସାୟରେ ଲଗାଇଛନ୍ତି। ଫଳରେ ବର୍ଷାଦିନେ ଉଦବୁତ ଜଳ ନିଷ୍କାସନ ହୋଇନପାରି ଜମିରହୁଛି ।ଏନେଇ ଗ୍ରାମବାସୀ ବାରମ୍ବାର ତହସିଲ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯର୍୍ୟନ୍ତ ଅଭିଯୋଗ କରି ଆସିଛନ୍ତି। ଏଠାରେ ଜବରଦଖଲକାରୀଙ୍କ ଯୋଗୁଁ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ନଜର ନଦେବା ପରିତାପର ବିଷୟ ପାଲଟିଛି। ଫଳରେ ଶତାଧିକ ଗ୍ରାମବାସୀ ପ୍ରଶାସନ ଉପରୁ ବିଶ୍ୱାସ ହରାଇ ସୋମବାର ସକାଳ ୮ଟାରୁ କଠିଆପଡା ଆରଆଇ ଅଫିସ ଆଗରେ ଧାରଣାରେ ବସିରହିଥିଲେ। ପୂର୍ବାହ୍ନ ସାଢେ ୧୨ଟାରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନଂନ ନାୟକ ସରକାରୀ କର୍ଯ୍ୟରେ ଥିବାରୁ ସୁପରଭାଇଜର ଧାରଣା ସ୍ଥଳରେ ପହଁଚିଂ ଧାରାଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା । ଏକ ମାସ ମଧ୍ୟରେ ସମାଧାନ ହେବ ବୋଲି ଧଅରଣାରତ ଲୋକମାନଙ୍କୁ ପ୍ରତିଶୃତି ଦେବା ପରେ ସେମାନେ ଧାରଣା ପ୍ରତ୍ୟାହୁତ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ୨୦୦୯-୧୦ରେ ଗ୍ରାମର ଯୁବବର୍ଗଙ୍କ ଦାବି ଫଳରେ ତତ୍କାଳୀନ ସରକାର ଗ୍ରାମର ଆବାଦ ଅନାବାଦି ଖାତା ନଂ-୫୪୯, ପ୍ଳଟ ନଂ- ୫୮୨ ରକବା – ୫୮୨/୨୦୩୬, ଏ୦.୧୬, ରକବାକୁ କାଠିଆପଡା ଯୁବକସଂଘ ନାମରେ ଆଇଟମେଂଟ ପ୍ଳଟ ଖାତା ନଂ-୫୫୨ ରକ୍ଷିତ ଖାତାରୁ ଜିଆର କେସ ନଂ-୩/୧ରେ ଅଲଗା କରାଯାଇ ହସ୍ତାନ୍ତରପାଇଁ ସିର କରାଯାଇଥିଲା । ମାତ୍ର ଜଣେ ବ୍ୟକ୍ତି ଜୋର ଜବତରଦସ୍ତ ଗ୍ରାମବାସୀଙ୍କ ବିରୋଧ ସତ୍ୱେ ଉକ୍ତ ଜଗାରେ ୫୦୦ ବର୍ଗଫୁଟର ପକ୍କାଘର ତିଆରି କରି ବେପାର କରିବା ସହିତ ଜଳପଥକୁ ଅବରୋଧ କରିରଖିଛନ୍ତି । ଫଳରେ ଗ୍ରାମରେ ଅସନ୍ତୋଷ ସୃଷ୍ଟି ହେଉଛି । ଭବିଷ୍ୟତରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଯାହାର ନିରାକରଣ ଶାନ୍ତି ଶୁଙ୍ଖଳା ରକ୍ଷା ନିମନ୍ତେ ଓ ଜବରଦଖଲ ଘଟଣାରେ ପ୍ରଶାସନର ତ୍ୱରିକ ପଦେକ୍ଷେପ ଆଶାରେ ଗ୍ରାମର ଅଲେଖ ନାୟକ, ପାରେଶ୍ୱର ସେଠୀ, ରମେଶ ମଲିକ,ଉର୍ମିଳା ପାଢୀ, କୁବେର ପଣ୍ଡା, ରମାକାନ୍ତ ରାଉତ, ରଞ୍ଜନ ସାହୁ,ସନାତନ ନାୟକ, ରାଜେନ୍ଦ୍ର କର,ଳୀଳକଣ୍ଠ କର,ବାସୁଦେବ ବେହେରା, ସସ୍ମିତା ସାହୁ, ଭମରବର ନାୟକ, ଭରତ ଦାସ, ଅଭିରାମ ମଲିକଙ୍କ ସମେତ ଶତାଧିକା ଗ୍ରାମବାସୀ କାଠିଆପଡା ଆରଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
Discover more from Lokamata Odisha
Subscribe to get the latest posts sent to your email.