ଆଇନସେବା ସଚେତନତା ଶିବିର ପାଳିତ

blank
କେନ୍ଦ୍ରାପଡ଼ା,୩୦ା୫: ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ନାନକାର ପଞ୍ଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପିଏଲ୍ ଓ ପିଭଏସ୍‌ର କାର୍ଯ୍ୟକାରିତା ଓ ବସ୍ତି ବାସିନ୍ଦା ପାଇଁ ଆଇନକାନୁନ୍ ଓ ନିୟମାବଳୀ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ପିଏଲ୍ ଓ ପିଭଏସ୍‌ର କାର୍ଯ୍ୟକାରିତା ଓ ଏହାର ସୁଯୋଗ କିପରି ସାଧାରଣ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନେ ନେଇପାରିବେ ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତତ୍‌ସହିତ ପିଏଲ୍ ଓ ପିଭଏସ୍‌ର କୋର୍ଟରେ ସାଧାରଣ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଇଲେକ୍ଟ୍ରି କେସ୍‌, ଆଧାର କେସ୍‌, ଭୋଟ୍ ଆଡି କେସ୍‌, ବ୍ୟାଙ୍କ କେସ୍ ଇତ୍ୟାଦି କିପରି ସହଜରେ ସମାଧାନ କରାଯାଏ ସେ ଉପରେ ବିସ୍ତୁତ ଭାବେ ଆଲୋକପାତ କରିଥିଲେ । ତତ୍‌ସହିତ ବସ୍ତି ବାସିନ୍ଦାମାନଙ୍କ ପାଇଁ ଉଦ୍ଦିଷ୍ଟ ନିୟମ ଓ ଆଇନକାନୁନ୍ ଓ ସେମାନେ କିପରି ନ୍ୟାୟ ପାଇପାରିବେ ଓ କୌଣସି ପ୍ରକାର କେସ୍‌ରେ ଯଦି ସେମାନେ ଜଡିତ ଅଛନ୍ତି । ତାହେଲେ ଜିଲ୍ଲା ଆଇନସେବା ପ୍ରାଧିକରଣର କିପରି ସାହାଯ୍ୟ ନେଇପାରିବେ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ମୁଖ କାର୍ଯ୍ୟାଳୟରେ ପୀଡିତା ପହଞ୍ôଚଲାପରେ କିପରି ଆଇନସେବା ପାଇପାରିବ ସେ ଉପରେ ସଚିବ ସନ୍ତୋଷ କୁମାର ମହାପାତ୍ର ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଶତପଥୀ, ପ୍ରଫେସର ମହେନ୍ଦ୍ର କୁମାର ପ୍ରଧାନ, ପାରାଲିଗାଲ ସ୍ୱେଚ୍ଛାସେବୀ ରବିନାରାୟଣ ମହାନ୍ତି, ଚିତ୍ତରଞ୍ଜନ ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, ରିତାରାଣୀ ମଲ୍ଲିକ, ଧିରେନ୍ଦ୍ର ମିଶ୍ର, ଗୋପବନ୍ଧୁ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରାଧିକରଣର କର୍ମଚାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ, ଶାନ୍ତନୁ ବଳ, ଦୀପକ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

Sat May 31 , 2025
ପଟ୍ଟାମୁଣ୍ଡାଇ ୩୧/୫- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗ୍ରାମର ଆରାଧ୍ୟ ଦେବାତା ଶ୍ରୀଶ୍ରୀ ଗୁପ୍ତେଶ୍ୱର ମହାଦେବ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ଅବସରରେ ଶନିବାର ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ଦେବ ରିତୀକ୍ରାନ୍ତି ଅନୁସାରେ ପାଳିତ ହୋଇଯାଇଛି। ମନ୍ଦିରର ପରମ୍ପରାକୁ ନେଇ ପ୍ରଥମେ ମଙ୍ଗଳନ ଓ ପଞ୍ଚଦେବତା ପୁଜା କରିବା ପରେ ଗୋଧୁଳି ଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading