ସାହିତ୍ୟିକ ନିରଞ୍ଜନ ମେକାପଙ୍କୁ ମୈାସୁମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି

blank
କେନ୍ଦ୍ରାପଡ଼ା,୪ା୫:ଜିଲ୍ଲାର ପ୍ରମୁଖ ସାହିତ୍ୟ ସଂଗଠନ ‘ମୌସୁମୀ ସାହିତ୍ୟ ସଂସ୍କୃତି ପରିଷଦ’ ଆନୁକୂଲ୍ୟରେ ବିଶିଷ୍ଠ ସାହିତ୍ୟିକ ପ୍ରାବନ୍ଧିକ ସ୍ୱର୍ଗତ ନିରଞ୍ଜନ ମେକାପଙ୍କ ଉଦେଶ୍ୟରେ ଏକ ସ୍ମୃତିସଭା ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଏକ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମୌସୁମୀର ସମ୍ପାଦକ ଡ. ଶ୍ରୀଧର ସାମଲ, ଡ. ବାସୁଦେବ ଦାସ, ପ୍ରେମାନନ୍ଦ ଖଣ୍ଡୁଆଳ, ବୃନ୍ଦାବନ ଦାସ, ଭବାନୀ ମହାପାତ୍ର, ସଞ୍ଜୟ ମଲ୍ଲିକ, ଡ. ସୁଧାଂଶୁ ଦ୍ୱିବେଦୀ, ସରୋଜ ମହାନ୍ତି, ଖଗେଶ୍ୱର ମହାନ୍ତି, ସୁରେନ୍ଦ୍ର ବେହେରା, ଅମର ପ୍ରସାଦ ରାଉତ, କାଶୀନାଥ ରାଉତରାୟ, ଲକ୍ଷ୍ମୀ ପ୍ରିୟା ମାଇତି, ଅଜୟ ପାତ୍ର, ରଞ୍ଜନ ବାଇ, ଗୋଲାପ ରାଉତ, କବିତା ମୁଦୁଲି, ମମତା ସାମଲ, ଭରତ ଚନ୍ଦ୍ର ଜେନା, ଈଶ୍ୱର ପୃଷ୍ଟି ଆଦି କବି, ସାହିତ୍ୟିକ, ସାହିତ୍ୟ ସଂଗଠକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମେକାପଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଦୋକାନ ଘରୁ ଡକାୟତି , ଥାନାରେ ଏତଲା

Mon May 4 , 2026
ପଟ୍ଟାମୁଣ୍ଡାଇ ୪/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୁନଡିହ ଠାରେ ଥିବା ଏକ ସାନିଟାରୀ ଦୋକାନ ଓ ପଛ ଘରୁ ସୋମବାର ଭୋରୁ ଡକାୟତି ହୋଇଛି। ଡକାୟତ ମାନେ ସମସ୍ତେ ମୁଖା ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରିଥିଲେ। ସେମାନେ ଘରର ସମସ୍ତ ଆସାବା ପତ୍ର ଫୋପାଡି ବନ୍ଧୁକ ଦେଖାଇ ସୁନା ରୁପା ଟଙ୍କା ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଡକାୟତିର ଶିକାର ହୋଇଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading