
କେନ୍ଦ୍ରାପଡ଼ା,୧ା୩: ପାଟକୁରା ପୁଲିସକୁ ବଡ଼ ସଫଳତା ମିଳିଛି। କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ଜିଲା ସାଇବର ସେଲର ସ୍ୱତନ୍ତ୍ର ସ୍ୱାର୍ଡ ଓ ପାଟକୁରା ଥାନା ପୁଲିସର ମିଳିତ ଉଦ୍ୟମରେ ପୁରୀ ସମୁଦ୍ର କୁଳରୁ ଗିରଫ ହୋଇଛି ସାଇବର ଅପରାଧ ଘଟାଇ ମହିଳାଙ୍କୁ ବ୍ଲାକମେଲିଙ୍ଗ କରୁଥିବା ମିଉଜିକ ଭିଡିଓ ଅଭିନେତା କମଳ ବେହେରା(୩୪)। କମଳ ଜଣେ ମିଉଜିକ ଭିଡିଓ ଅଭିନେତା ବୋଲି ଜଣା ପଡିଛି। ତାର ଘର ଢେଙ୍କାନାଳ ସଙ୍ଖୁଆ ସ୍ଥିତ କାଇମାଟି ଅଞ୍ଚଳ। ଦୀର୍ଘ ଦିନ ଧରି ପାଟକୁରା ଥାନାର ଗରଦପୁର ଅଞ୍ଚଳର ଜଣେ ବିବାହିତା ମହିଳା ୟୁଟୁବରଙ୍କୁ ଏକ ତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ଉକ୍ତ ମହିଳାଙ୍କ ଫଟୋ ଓ ଭିଡିଓକୁ ନେଇ ଡିପ୍ଫେକ ମାଧ୍ୟମରେ ଏଡିଟିଂ କରିଥିଲେ। ପରେ ଇନଷ୍ଟାଗ୍ରାମରେ ଏକ ଫେକ ଆଇଡି ଖୋଲି ସଂପୃକ୍ତ ମହିଳାଙ୍କ ଫଟୋକୁ ଭାଇରାଲ କରିଚାଲିଥିଲେ କମଳ ଓ ତା’ର ସହଯୋଗୀ ବିପ୍ଳବ ପରିଡା ନାମକ ଦୁଇ ସାଇବର ଅପରାଧୀ। ତେବେ କମଳ ଓ ବିପ୍ଳବ ଏହି ଜଘନ୍ୟ ସାଇବର ଅପରାଧ ଘଟାଇ ଚାଲିଥିଲେ। ଏନେଇ ମହିଳା ଜଣଙ୍କ ପାଟକୁରା ଥାନାରେ ଦୁଇ ଥର ଅଭିଯୋଗ କରିଥିଲେ। ପାଟକୁରା ଥାନାରେ କମଳ ବେହେରା ଓ ବିପ୍ଳବ ପରିଡାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଥିଲା। କିଛି ଦିନ ହେବ କମଳ ବେହେରା ମହିଳାଙ୍କୁ ବାରମ୍ବାର ଫୋନ ଯୋଗେ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେବା ସହ ଦୁଇ ଲକ୍ଷ ଟଙ୍କା ମାଗିଥିଲା। ମହିଳା ଜଣଙ୍କ ତାଙ୍କ କଥା ନ ମାନିବାରୁ ଡିପଫେକ ମାଧ୍ୟମରେ ମହିଳାଙ୍କ ଏକାଧିକ ଅନ୍ତରଙ୍ଗ ଭିଡିଓ ଏବଂ ଫଟୋ ଏଡିଟିଙ୍ଗ କରି ନିଜସହ ଯୋଡି ୱାଟ୍ସଆପ ଓ ଇନଷ୍ଟାଗ୍ରାମରେ ଅପଲୋଡ଼ କରି ଭାଇରାଲ କରି ଚରିତ୍ର ସଂହାର କରି ଚାଲିଥିଲା। ପର୍ଣ୍ଣଗ୍ରାଫି ସାଇଡରେ ଡିପଫେକ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ବୋଲି କମଳ ଧମକ ଦେଇଥିଲା । ତେବେ ଏନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ମହିଳା ଜଣଙ୍କ ଅଭିଯୋଗ କରିବାର କିଛି ଘଣ୍ଟା ମଧ୍ୟରେ ଏସପିଙ୍କ ନିର୍ଦେଶରେ ସାଇବର ସେଲର ସ୍ୱତନ୍ତ୍ର ସ୍ୱାର୍ଡ ଓ ପାଟକୁରା ଥାନା ପୁଲିସ ଅଭିଯୁକ୍ତ କମଳର ମୋବାଇଲ ଟ୍ରାକ କରି ପୁରୀରୁ କମଳ ବେହେରାକୁ ଗିରଫ କରିଥିଲେ। ଢେଙ୍କାନାଳ ଥାନା ଅଧିନ ଶଙ୍ଖୁଆ ସ୍ଥିତ କାଇମାଟିର କମଳ ବେହେରା। ତା ପାଖରୁ ପୁଲିସ ଏକ ମୋବାଇଲ ଫୋନ ଜବତ କରିଛି। ଫୋନରେ ଅନେକ ମହିଳାଙ୍କ ଡିପଫେକ ଅନ୍ତରଙ୍ଗ ଭିଡିଓ ଓ ଫଟୋ ଥିବା ଜଣାପଡିଛି। ଡିପଫେକ ମାଧ୍ୟ୍ୟମରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଏଡିଟିଂ କରିଥିବା କମଳ ପୁଲିସ ନିକଟରେ ସ୍ୱୀକାର କରିଛି। ଗିରଫ ପରେ କମଳକୁ କୋର୍ଟ ଚାଲାଣ କରିଛି ପୁଲିସ। ହେଲେ କମଳର ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ମହିଳା ଦାବି କରିବା ସହ ଓଡିଶା କ୍ରାଇମ ବ୍ରାଞ୍ଚ ନିକଟରେ ପୁଣି ଅଭିଯୋଗ କରିଛନ୍ତି। ଏଥିସହିତ ସେ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।
Discover more from
Subscribe to get the latest posts sent to your email.