
ପଟ୍ଟାମୁଣ୍ଡାଇ୧୮/୨ – ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଧନକେନ୍ଦ୍ର ସଂଯୋଜକ ମଳୟ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ନିପୁଣ ମେଳା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିପୁଣ ମେଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ଅଜୟ ସ୍ୱାଇଁ ସ୍ୱାଗତଭାଷଣ ଓ ବୀର କିଶୋର ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ସଂଗୀତା ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ୧୪ନଂ ୱାର୍ଡ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ମୁଖ୍ୟଅତିଥି, ସିଆରସିସି ରଞ୍ଜନ ସାହୁ ମୁଖ୍ୟବକ୍ତା, ଶିକ୍ଷକନେତା ବିଶ୍ୱ ରଞ୍ଜନ ଦାଶ ଓ ସି ଆର ସି ସି ଆଶିଷ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ରଂଜିତ ସାହୁ ସ୍ୱାଗତଭାଷଣ ଓ ମନୋରଞ୍ଜନ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ମଧୁସ୍ମିତା ପରିଡା ଧନ୍ୟବାଦ ଦେଇଥିଲେ ।ଏହି ନିପୁଣ ମେଳାରେ ପୋଖରୀଆପଡା କ୍ଳଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟରୁ ୧୩୦ ଜଣ ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ସାକ୍ଷରତା, ସଂଖ୍ୟା ଜ୍ଞାନ, ମତାମତ ସୃଜନାତ୍ମକ, ଗଳ୍ପ କଥନ, ଚିତ୍ରାଙ୍କନ, ୱାର୍ଡଚେନ, ଶିକ୍ଷଣ ସାମଗ୍ରୀ ମେଳା ଆଦି ୧୩ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଦକ୍ଷ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲର ଶିକ୍ଷୟତ୍ରୀ,ଶିକ୍ଷକ ଅଭିଭାବକ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।
Discover more from
Subscribe to get the latest posts sent to your email.