
ପଟ୍ଟାମୁଣ୍ଡାଇ ୧୮/୨ – ପଟ୍ଟାମୁଣ୍ଡାଇ ଓ ରାଜନଗରବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଗଣ ସଂଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପୁନର୍ଗଠନ କରାଯାଇ ପଟ୍ଟାମୁଣ୍ଡାଇରେ ନିର୍ବାଚନ ମଣ୍ଡଳୀ, ସବଡ଼ିଭିଜନ ଓ ରାଜନଗର ଏନ ଏ ସି ଘୋଷଣା କରିବା ଦାବୀ ହାସଲ ପାଇଁ ବ୍ୟାପକ ଗଣଆନ୍ଦୋଳନ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ବିଭିନ୍ନବର୍ଗର ପ୍ରତିଷ୍ଠିତ ଲୋକମାନଙ୍କୁ ନେଇ ଗଣ ପରିଷଦ ପୁନର୍ଗଠନ କରାଯାଇଛି । ବରିଷ୍ଠ ରାଜନେତା ବିଜୟ କେତନ ସ୍ୱାଇଁ ମୁଖ୍ୟଉପଦେଷ୍ଟା,ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ମଦନପୁର କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ପରିଡା ଓ ଡା ମନୋରଞ୍ଜନ ଦାଶଙ୍କୁ ଉପଦେଷ୍ଟାମଣ୍ଡଳୀ ସଦସ୍ୟ ଭାବେ ମନୋନୟନ କରାଯାଇଥିବାବେଳେ ଆବାହକ ଆଡ଼ଭୋକେଟ ରାମକୃଷ୍ଣ ଦାଶ ସଂଯୋଜକ ଆଡ଼ଭୋକେଟ ଦେବବ୍ରତ ସ୍ୱାଇଁ, ରାଜନଗର ବ୍ଲକ ଉପଦେଷ୍ଟା ଡ଼ ଧରଣୀଧର ରାଉତ, ଶିକ୍ଷାବିତ ସୀତାକାନ୍ତ ରାଉଳ ଓ ବ୍ରହ୍ମାନନ୍ଦ ରାଉତ, ଆଇନ ପରାମର୍ଶଦାତା ଆଡ଼ଭୋକେଟ ରମଣୀ ରଞ୍ଜନ ସାମଲ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଆଡ଼ଭୋକେଟ ଧୀରେନ୍ଦ୍ର ନାଥ ସାହୁ କାର୍ଯ୍ୟକାରୀ ସଭାପତି ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁ ଓ ସମିତି ସଭ୍ୟ ଅଭୟ ସ୍ୱାଇଁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ସଭାପତି ଆଡ଼ଭୋକେଟ ପ୍ରକାଶ ପାତ୍ର ଓ କାର୍ଯ୍ୟକାରୀ ସଭାପତି ଆଡ଼ଭୋକେଟ ମନୋଜ ନାୟକ, ରାଜନଗର ବ୍ଲକ ସଭାପତି ଆଡ଼ଭୋକେଟ ସୁଶାନ୍ତ କୁମାର ଜେନା କାର୍ଯକାରୀ ସଭାପତି ବିଶ୍ୱନାଥ ବାରିକ । ସାଧାରଣ ସମ୍ପାଦକ ଭାବେ ସୁଶୀଲ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇ ପଟ୍ଟାମୁଣ୍ଡାଇ । ରାଜନଗରବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ନିମନ୍ତେ ପଦକ୍ଷେପ ନିଆଯାଇଛି ।
Discover more from
Subscribe to get the latest posts sent to your email.