କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡିକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ। ଏଥିସହିତ ବିଡିଓ ଶ୍ରୀ ସ୍ୱାଇଁ ଏହି ଧାନମଣ୍ଡିରେ କୈାଣସି ସମସ୍ୟା ରହିଛି କି ନାହିଁ ସେ ସମ୍ପର୍କରେ ସମିତିର ସମ୍ପାଦକ ନୃସିଂହ ଚରଣ ଦାସ ଓ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମିତିର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଥିଲେ ଯେ […]
Year: 2025
କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଆଭିମୁଖ୍ୟ ଜ୍ଞାପନ କରିଥିଲେ। ଏଥିସହିତ ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ମାନ ପ୍ରଦାନ ଓ ବାର୍ଷିକ ମୁଖପତ୍ର “ସାୟଂପ୍ରଭା”ର ଉନ୍ମୋଚନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ […]
ପଟ୍ଟାମୁଣ୍ଡାଇ ୧୭/୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମ ପଂଚାୟତଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, […]
କେନ୍ଦ୍ରାପଡା,୧୬ା୨: ଆସନ୍ତା ମାଟ୍ରିକ ପରୀକ୍ଷା ଦୃଷ୍ଟିରୁ ଜିଲ୍ଲାର କୈାଣସି ବିଦ୍ୟାଳୟର ଶ୍ରେଣୀଗୃହ, ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି କ୍ରୀଡା ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରିପାରିବେନି ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମାରେ କୁହାଯାଇଛି ଯେ ଚଳିତ ଫେବୃୟାରୀମାସ ୧୮ତାରିଖରୁ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ମାଟ୍ରିକ ଏବଂ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ସେହି ସମୟ ମଧ୍ୟରେ […]
ପଟ୍ଟାମୁଣ୍ଡାଇ ତା ୧୬/୨-ଓଡିଶାର ବିଭିନ୍ନ ସମସ୍ୟା ନେଇ ଜନଶକ୍ତି ପାର୍ଟି ସ୍ୱର ଉତ୍ତୋଳନ କରିବା ସହିତ ଆନ୍ଦୋଳନ କରିଆସୁଛି । ସମ୍ପ୍ରତି ୫ଦାବୀ ଦାବୀ ନେଇ ଏକ ଜନ ସଚେତନତା ଯାତ୍ରା କରିବାକୁ ପାର୍ଟି ଯୋଜନା କରିଛି । ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଧମୁକ୍ତ ଶିକ୍ଷା ଋଣ,ଅନେକ ରାଜ୍ୟରେ ବିଦ୍ୟୁତ […]
କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ […]
କେନ୍ଦ୍ରାପଡା,୧୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସାତଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ପାଇଁ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞରେ କଳସ ଯାତ୍ରା, ଜଳାଭିଷେକ, ମନ୍ତ୍ରପାଠ, ହୋମ, ହବନ, ଅଗ୍ନିସ୍ଥାପନ, ସମିଦ୍ଧ ଓ ନାମ ସଙ୍କୀର୍ତ୍ତନ, ପ୍ରବଚନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଶ୍ରୀମା’ଙ୍କ […]
କେନ୍ଦ୍ରାପଡା,୧୬ା୨: କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ପଳସିଂହା ପଞ୍ଚାୟତର ବଉଳପଡା(ଦୋବନ୍ଧା) ଗ୍ରାମରେ ଅବସ୍ଥିତ କୁଲିଆତୁଲ ବନାତ ରବେୟା ବସରିଆର ସପ୍ତଦଶ ଜସନେ ରିଦାୟେ ଫାରେଗା ଉତ୍ସବ(ବାର୍ଷିକ ଉତ୍ସବ) ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସୁଦୂର କଲିକତାରୁ ଆସିଥିବା ଆଲିମା ରୁହି ଫାତମା ଅତିଥି ଭାବରେ ଯୋଗଦେଇ ଏହି ମୁସଲିମ ଶିକ୍ଷାନୁଷ୍ଠାନର ଉତ୍ତରତ୍ତୋତ୍ତର ଉନ୍ନତି କାମନା କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସବନମ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ […]
ନୂଆଦିଲ୍ଲୀ: ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ ରେ ଏତେ ଭିଡ଼ ଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲ। ପ୍ଲାଟଫର୍ମକୁ ଯିବା ପାଇଁ ସିଡ଼ିରେ ପ୍ରବଳ ଭିଡ଼ ମଧ୍ୟରେ, ଜଣେ ବ୍ୟକ୍ତି ଖସିପଡିବାରୁ ତାଙ୍କ ପଛରେ ଅନେକ ଲୋକ ପଡ଼ିଯାଇଥିଲେ । ଯାହା ଫଳରେ ଦଳାଚକଟା ହୋଇଥିଲା ବୋଲି ଜାତୀୟ ଗଣମଧ୍ୟମରୁ ଜଣାପଡିଛି। ଏପରି ପରିସ୍ଥିତିରେ, […]
ଅମୃତସର: ଶନିବାର ବିଳମ୍ବିତ ରାତିରେ ଆମେରିକାରୁ ୧୧୬ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଏକ ବିମାନ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଏହି ସୁଚନା ହସ୍ତଗତ ହୋଇଛି । ଅବୈଧ ପ୍ରବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ସ୍ୱରୂପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦ୍ୱାରା ନିର୍ବାସିତ ହୋଇଥିବା ଏହା ଦ୍ୱିତୀୟ ଭାରତୀୟ ଦଳ ବୋଲି ଜଣାପଡିଛି। ଏହି ବିମାନଟି ରାତି […]