pattamundai ୨୨/୪–କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ଶହଶହ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡିବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡିରହୁଛି । ଅଳଭା ଘେରିରୁ ଜଳନିସ୍କାଷନ ପାଇଁ ବ୍ରୀଟିସ ଅମଳରୁ ହୋଇଥିବା ସାଇଫନ ଜୋର ଜବରଦଖଲ ହୋଇଯାଇଛି । ଅଳଭାଠାରେ ଥିବା ଜଳବିଶୋଧନ କାରାଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି । ଫଳରେ ଅଳଭା ଗ୍ରାମରେ […]