କେନ୍ଦ୍ରାପଡ଼ା,୫ା୩:କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ମାଇଁ ଭାରତ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ)ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଚ୍ଚ ୬ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ତିନିଦିନ ବ୍ୟାପି ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ମୂଳ ଲକ୍ଷ୍ୟ ରହିଛି “ସଶକ୍ତମହିଳା ସଶକ୍ତ ରାଷ୍ଟ୍ର” ଗଠନ। […]
featured
କେନ୍ଦ୍ରାପଡ଼ା,୩ା୩:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ପାଇଁ ରଡ ଓ ସିମେଣ୍ଟ ଶସ୍ତା ଦରରେ ଯୋଗାଇ ଦେବାକୁ କହି ସାଇବର ଠକ ଜଣକ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଗୁଲନଗର ଗ୍ରାମର ଖଗେଶ୍ୱର ସେଠୀ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ […]
କେନ୍ଦ୍ରାପଡ଼ା,୨ା୩:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ଆସନ୍ତା ୧୫ତାରିଖରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ […]
କେନ୍ଦ୍ରାପଡ଼ା,୨ା୩:ଓଡିଶା କୃଷକ ସଭା, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି। ଗତ ଦୁଇଦିନ ତଳେ କୃଷକସଭାର ଏକ ପ୍ରତିନିଧି ଦଳ ମୃତ ଚାଷୀଙ୍କ […]
କେନ୍ଦ୍ରାପଡା ୨/୩-ଫାଲ୍ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ। ତତ୍ସହିତ ଦେଖାଦିଏ ପୁରାତନ ଉତ୍କଳର ଧର୍ମ, ସଂସ୍କୃତି, ଐତିହ୍ୟ ଚେତନାର ପରମ୍ପରା ଭିତରେ ପ୍ରକୃତିର ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ । ସୁନ୍ଦର ସୁଶୋଭିତ ଏବଂ ରମଣୀୟ ପରିବେଶ ଭିତରେ ଆରମ୍ଭ ହୁଏ ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ଦୋଳୋତ୍ସବ ବା ଦୋଳଯାତ୍ରା। ହେଇ ଯେମିତି କେନ୍ଦ୍ରାପଡ଼ା ଓ କଟକ ଜିଲାର ସୀମାନ୍ତ […]
ପଟ୍ଟାମୁଣ୍ଡାଇ ତା ୨୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ଭଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କାଉନସିଲର ଗୋପୀବଲ୍ଲଭ ନାୟକ ମୁଖ୍ୟବକ୍ତା କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ଶିକ୍ଷାଧିକାରୀ ପାବନୀ କୁମାର ରାଉତ,ସି ଆର ସି […]
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ପଟ୍ଟାମୁଣ୍ଡାଇ ୨୮/୨– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋବଟିକ, ଆର୍ଟିଫିସିଆଲ ଇଂଟେଲଜେନ୍ସି ବିଷୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇବା ସହିତ ଏକ କୁଇଜ ପ୍ରତିଯୋଗିତା କାରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନର ବିଭିନ୍ନ ବିଭାଗର ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ […]
ପଟ୍ଟାମୁଣ୍ଡାଇ ୨୭/୨-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବେଲତଳ ଠାକୁରପାଟଣା ବାସୁଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ପାରାୟଣ ସପ୍ତା ଗତ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶୁଭାଧିବାସ, ଭାଗବତପାରାୟଣ, ବଳିଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଇ ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପୁରୀର, ପ୍ରବଚକ ଛନ୍ଦା ଚରଣ ଦାଶ, ଯାଜପୁରର ବାବାଜୀ ବିଜୟ ରାଘବେନ୍ଦ୍ର ଦାଶ, ବେଲତଳର ପଣ୍ଡିତ […]
ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପକ୍ଷରୁ ବୃକ୍ଷ ରୋପଣ ପଟ୍ଟାମୁଣ୍ଡାଇ ୨୭/୨ -ଜଳବାୟୁ ପରିବର୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆମର ଅଦୂରଦର୍ଶିତା କାର୍ଯ୍ୟଧାରା ପୃଥିବୀର ବାୟୁମଣ୍ଡଳ ପ୍ରଦୂଷଣ କରିବା ସହ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟାଉଛି। ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଚାରା ରୋପଣ ଅତ୍ୟନ୍ତ ଜରୁରୀ […]
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରାଜନଗର ବ୍ଲକ ଡାଙ୍ଗମାଳ ସେବା ସମବାୟ ସମିତିରେ ଚାଷୀ ଧାନ ଦେଇ ନ ପାରି ମିଲ କୁ ଆଣିବା ଓ ଆଖି ସ୍କାନ କରି ନପାରି ଟଙ୍କା ନ ପାଇବା ଦୁଃଖରେ ମୃତ୍ୟୁ ବରଣ କରିବା ଅଭିଯୋଗ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ସେବା ସମବାୟ ସମିତି ଅଧୀନରେ ଥିବା ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକ(୫୨) ସେହି ଦୁଃଖରେ ଭାଙ୍ଗି ପଡ଼ିଥିବା ସହ ହୃଦଘାତରେ […]

