


ପଟ୍ଟାମୁଣ୍ଡାଇ ୧୦/୩ -ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ନିକଟରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନାଙ୍କ ପୌରହିତ୍ୟ ଓ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଦାସଙ୍କ ସଂଯୋଜନାରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା ଉପ-ନିର୍ଦ୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଶ୍ରେଣୀ ଗୃହ ମଧ୍ୟରେ ଦେଶର ଭବିଷ୍ୟତ ରହିଥିବାରୁ ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ଓ ଅଭିଭାବକ ଦାୟିତ୍ୱ ବାନ ହେବାକୁ ପରାମର୍ଶ ଦେଇଥିଲେ ।ଏଇ ଅବସରରେ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରେରେ ଅନୁଷ୍ଠିତ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଓ ନିପୁଣ ଓଡ଼ିଶା ଷ୍ଟଲକୁ ମୁଖ୍ୟଅତିଥି ପରିଦର୍ଶନ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଗଙ୍ଗାରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ ରଞ୍ଜନ କବି, ସିଆରସିସି ରଞ୍ଜନ ବେହେରା ଲଷ୍ମଣ ସେଠୀ, ଶିକ୍ଷାବିତ ଡ଼ ନାରାୟଣ ଜେନା ସମ୍ମାନିତ ଅତିଥି ଓ ପୂର୍ବତନ ଶିକ୍ଷା ଜିଲ୍ଲା ଅଧିକାରୀ ସରୋଜକାନ୍ତ ବିହାରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ନୂଆପଡ଼ା ୟୁପି ସ୍କୁଲ ପ୍ରଧାନଶିକ୍ଷକ ଶ୍ରୀନିବାସ ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ। ଏଇ ଅବସରରେ ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନେତ୍ରମଣି ଖଟୁଆ ଓ ଅବସରପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ଦାସ, ବଳଭଦ୍ର ପତି, ପଦ୍ମ ଚରଣ ପଣ୍ଡା, ଅନ୍ନପୂର୍ଣ୍ଣା ପରିଡ଼ା, ଭରତ ଚନ୍ଦ୍ର ବିଶ୍ୱାଳ, ଅରବିନ୍ଦ ସାମଲଙ୍କୁ ମୁଖ୍ୟଅତିଥି ରାଜ୍ୟ ମାଧ୍ୟମିକ ଶିକ୍ଷା ଉପନିର୍ଦେଶକ ଶ୍ରୀ ଓଝା ମାନପତ୍ର, ଉପଢୌକନ, ଉତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ଧନ୍ୟବାଦ ଦେଇଥିଲେ ।
Discover more from
Subscribe to get the latest posts sent to your email.