ବାଲି ଚୋରା ଚାଲାଣ ରୋକିବାକୁ ୭ ସ୍କ୍ୱାଡ ଗଠନ , ପ୍ରତିଦିନ ସମୀକ୍ଷା କରିବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ


କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ଜିଲ୍ଲାରେ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ଉପଜିଲ୍ଲାପାଳ, ତହସିଲଦାର ଏବଂ ଥାନାଧିକାରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ଯୁଗ୍ମ ସ୍କ୍ୱାଡ ଗଠନ କରାଯାଇଛି ବୋଲି ଶୁକ୍ରବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ସେହିପରି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ୭ଟି ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡଗୁଡିକ ଜିଲ୍ଲାରେ ଥିବା ବେଆଇନ୍ ବାଲି ଚୋରା ଚାଲାଣ ଉପରେ ନଜର ରଖିବ। ପ୍ରତିଦିନ ସନ୍ଧ୍ୟାରେ ଏହି ସ୍କ୍ୱାଡଗୁଡିକର କାର୍ଯ୍ୟଶୈଳୀ ଉପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମୀକ୍ଷା କରିବେ। ଉପଜିଲ୍ଲାପାଳ ଦିନସାରା ସ୍କ୍ୱାଡଗୁଡିକ ସହିତ ଯୋଗସୂତ୍ରରେ ରହିବେ। ଯଦି କୌଣସି ସ୍ଥାନରେ ଟିମ୍ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ସେଠାକୁ ଅତିରିକ୍ତ ଫୋର୍ସ ପଠାଯିବ। ଜିଲ୍ଲାରେ ବାଲି ଚୋରା ଚାଲାଣ ସହିତ ବେଆଇନ୍ ଭାବେ ଇଟାଭାଟି ଚାଲିଛି। ତେଣୁ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ସ୍ୱାକ୍ଷରରେ ଏକ ଅଫିସ ଅର୍ଡର ପ୍ରକାଶ ପାଇଛି। ପୂର୍ବରୁ କ’ଣ ଘଟିଛି ସେ ସଂକ୍ରାନ୍ତରେ ସେ କିଛି କହିପାରିବେ ନାହିଁ। କିନ୍ତୁ ଏବେଠାରୁ ସୁନିଶ୍ଚିତ କରୁଛନ୍ତି ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖଣି ଅଧିକାରୀ, ପୋଲିସ ଏବଂ ତହସିଲଦାରଙ୍କ ମିଳିତ ଚଢଉରେ କେନ୍ଦ୍ରାପଡ଼ା ସଦର ଅଞ୍ଚଳ ଏବଂ ଆଳିରୁ ୫ଟି ହାଇୱା, ୬ଟି ଟ୍ରାକ୍ଟର ଜବତ କରାଯାଇଛି। ପୂର୍ବରୁ ମହାକାଳପଡ଼ା ଏବଂ ଗରଦପୁର ବ୍ଲକରେ ଅବୈଧ ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ମୋଟ ୧୭ଟି ଇଟା ଭାଟି (ମହାକାଳପଡ଼ା ତହସିଲର ୧୫ଟି ଏବଂ ଗରଦପୁର ତହସିଲର ୫ଟି ଇଟା ଭାଟି) ବିରୋଧରେ ଜରିମାନା ଆଦାୟ କରାଯାଇଛି। କିଛଦିନ ପୂର୍ବରୁ ଗରଦପୁର ତହସିଲର ବିଞ୍ଚଣା ଓ ମାର୍ଶାଘାଇ ତହସିଲର ତୁଣୁପୁର ଅଞ୍ଚଳରୁ ୨୪ଟି ହାଇୱା ଓ ୪ଟି ପ୍ରୋକଲିନ୍ ମେସିନ ଜବତ କରାଯାଇଥିଲା। କୌଣସି ବେଆଇନ କାର୍ଯ୍ୟକଳାପକୁ ଆଗାମୀ ଦିନରେ ବରଦାସ୍ତ କରାଯିବ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣ ଏବଂ ଅନଧିକୃତ ଇଟା ଭାଟିର ନିର୍ମାଣ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାରେ ମୋଟ ୨୯ଟି ବାଲି ସୈରାତ ଥିବା ବେଳେ ୨ଟି ସୈରାତ ଆଇନଗତ ଭାବରେ କାର୍ଯ୍ୟ କରୁଛି, ୮ଟି ଡିଫଲ୍ଟର ରହିଛି ଓ ବାକି ୨୧ଟିକୁ ଅନୁମତି ଦିଆଯାଇ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ବ୍ୟତିତ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ପୂର୍ବରୁ ଆଇନ୍‌ଜୀବୀ ବିଧୁଭୂଷଣ ମହାପାତ୍ର ଜିଲ୍ଲପାଳଙ୍କୁ ବହୁ ଥର ଭେଟି ଅଭିଯୋଗ କରିଥିଲେ ଯେ ବେଆଇନ୍ ଭାବେ ପ୍ରତିଦିନ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ହେଉଛି। ହେଲେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉ ନଥିଲା। ଏବେ ପ୍ରଶାସନ ଗୁରୁତ୍ୱ ଦେଇଥିବାରୁ ଆଇନ୍‌ଜୀବୀ ଶ୍ରୀ ମହାପାତ୍ର ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଜାତୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇ ଫେରିଲେ ପ୍ରିୟଙ୍କା

Sat Mar 8 , 2025
କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦିଳ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଜାତୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇ ଫେରି ଆସିଛନ୍ତି। ରାଜ୍ୟରୁ ଏକମାତ୍ର ସରପଞ୍ଚ ଭାବେ ସେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ପଞ୍ଚାୟତରାଜ ବ୍ୟବସ୍ଥା ଉପରେ ହୋଇଥିବା କର୍ମଶାଳାରେ ତାଙ୍କ ବକ୍ତୃତା ବେଶ ପ୍ରଭାବି ଥିଲା। ନିଜ ପଞ୍ଚାୟତରେ ମହିଳାମାନଙ୍କୁ କିପରି ଲିଙ୍ଗଗତ ଭେଦଭାବରୁ ସେ ଊର୍ଦ୍ଧ୍ୱରେ ରଖିଛନ୍ତି ତାହା ଉପରେ […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading