କେନ୍ଦ୍ରାପଡ଼ା,୧୯ା୨: ସରକାର ଏଲିମେଣ୍ଟାରୀ ଶିକ୍ଷାର ଉନ୍ନତି ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସମସ୍ତପିଲାଙ୍କୁ ମାଗଣା ବହି ଯୋଗାଇ ଦେଉଛନ୍ତି। ଏଥିସହିତ ସମସ୍ତ ଶିକ୍ଷକଙ୍କୁ ନୂତନ ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଉଛି। ଏସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ମଣ୍ଡଳ ଶିକ୍ଷା ଅଧିକାରୀ(ବି.ଇ.ଓ.), ବି.ଆର.ସି.ସି. ଓ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀମାନେ ଅଛନ୍ତି। କିନ୍ତୁ ବାଡ ଯଦି ଫସଲ ଖାଏ ତେବେ କ’ଣ ବା […]

କେନ୍ଦ୍ରାପଡା,୧୯ା୨: ଆଳି ବ୍ଲକର ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନାହିଁ। ଯାହା ଫଳରେ ଏହି ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ମାମଲା ଉଠାଇଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି। ଥାନାରୁ ନ୍ୟାୟ ନମିଳିବା ପରେ ଅଭିଯୋଗକାରୀ ଓ ବିଜେଡିର ତୁଙ୍ଗନେତାମାନେ ବୁଧବାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ନେତୃତ୍ୱରେ ବିଜେଡି […]

କେନ୍ଦ୍ରାପଡ଼ା, ୧୯ା୨ : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ଏହି […]

ପଟ୍ଟାମୁଣ୍ଡାଇ ୧୯/୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ନିକଟସ୍ଥ ଖଡିଅଂଟା ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ହୋମଯଜ୍ଞ ଉତ୍ସବ ମହାସମାରୋହରେ ବୁଧବାର ଶୁଭଆରମ୍ଭ ହୋଇଛି। ଏହି ଉପଲକ୍ଷେ ବୁଧବାର ପ୍ରତ୍ୟଷରୁ ଗ୍ରାମର ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା ଯାଇ ପବିତ୍ର ଗୋବରୀ ନଦୀର କଳିଙ୍ଗା ଘାଟରୁ ଶୁଦ୍ଧ ଜଳ ଅଣାଯାଇ ମନ୍ଦିର ନିକଟସ୍ଥ ଯଜ୍ଞ ଗୃହରେ ଘଟ ସ୍ଥାପନା କରିଥିଲେ। ଏହାପରେ, ଗୁରୁ ପୂଜା, ଧରିତ୍ରୀ […]

କେନ୍ଦ୍ରାପଡା ୧୮/୨- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଗୁଲନଗର ହାଇସ୍କୁଲର ୧୯୭୩ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀମାନଙ୍କର ନିଆରା ପରମ୍ପରାରେ ନିରାଡମ୍ବର ଭାବରେ ଆଧ୍ୟାତ୍ମିକ ପରିବେଶ ଭିତରେ ସାଲେପୁରର ଜଗନ୍ନାଥ ମନ୍ଦିର ଓ ସାଇଶ୍ୱରି ମନ୍ଦିର ପରିସରରେ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ପୁରାତନ ଛାତ୍ର ଲକ୍ଷ୍ମୀଧର ଦାସଙ୍କ ତତ୍ୱାବଧାନରେ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଭରତ ଚରଣ […]

କେନ୍ଦ୍ରାପଡା,୧୮ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁରୋଧ କ୍ରମେ ଜିଲ୍ଲା କୋଷାଗାର ତରଫରୁ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର କୋଷାଗାର କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଉଦ୍‌ଘାଟନ କରିଥିଲେ । କେନ୍ଦ୍ରାପଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ମମତା ଦାସଙ୍କ ତତ୍ତ୍ୱାବଧାନରେ ଡାକ୍ତର ମିର୍ଜା ବାବର ବେଗ୍‌, ଡାକ୍ତର […]

କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ରୂପେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଯୋଧନ ପରିଡ଼ା ଯୋଗଦେଇ ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଭଲ ମଣିଷ ହେବେ ସେ ବିଷୟରେ ଆଲୋକପାତ […]

ପଟ୍ଟାମୁଣ୍ଡାଇ୧୮/୨ – ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଧନକେନ୍ଦ୍ର ସଂଯୋଜକ ମଳୟ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ନିପୁଣ ମେଳା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିପୁଣ ମେଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । […]

ପଟ୍ଟାମୁଣ୍ଡାଇ ୧୮/୨  – ପଟ୍ଟାମୁଣ୍ଡାଇ ଓ ରାଜନଗରବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଗଣ ସଂଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପୁନର୍ଗଠନ କରାଯାଇ ପଟ୍ଟାମୁଣ୍ଡାଇରେ ନିର୍ବାଚନ ମଣ୍ଡଳୀ, ସବଡ଼ିଭିଜନ ଓ ରାଜନଗର ଏନ ଏ ସି ଘୋଷଣା କରିବା ଦାବୀ ହାସଲ ପାଇଁ ବ୍ୟାପକ ଗଣଆନ୍ଦୋଳନ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ବିଭିନ୍ନବର୍ଗର ପ୍ରତିଷ୍ଠିତ ଲୋକମାନଙ୍କୁ ନେଇ ଗଣ ପରିଷଦ ପୁନର୍ଗଠନ କରାଯାଇଛି । ବରିଷ୍ଠ ରାଜନେତା ବିଜୟ କେତନ […]

କେନ୍ଦ୍ରାପଡ଼ା,୧୮ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଅନ୍ୟ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ମୋଟ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୧୮ଜଣ ପରୀକ୍ଷାର୍ଥୀ ଅଛନ୍ତି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଲୋଟସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ଜଣ, ଆର.ଏନ.ଏମ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ଜଣ, ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୫ଜଣ, କେ.ଆର.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୮ଜଣ, ରମାଦେବୀ ଉଚ୍ଚ ମାଧ୍ୟମିକ […]

Breaking News