ପଟ୍ଟାମୁଣ୍ଡାଇ 24/8-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଞ୍ଚଳରେ ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀର ବନ୍ୟା ଜଳ ପ୍ରଳୟ ରଚିଛି। ଗତ ୧୧ ଦିନ ଧରି ନିରବଚ୍ଛିନ୍ନ ଭାବେ ବନ୍ୟା ଜଳ ମାଡ଼ିଚାଲିଥିବାରୁ ଅଞ୍ଚଳବାସୀଙ୍କ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୁଖ୍ୟ ରାସ୍ତାଘାଟଠାରୁ ଆରମ୍ଭ କରି ଗାଁ ଗଣ୍ଡାର ଲିଙ୍କ ରୋଡ୍ ପର୍ଯ୍ୟନ୍ତ ସବୁକିଛି ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକେ ବାହାର ଦୁନିଆରୁ […]
TOP STORIES
ପଟ୍ଟାମୁଣ୍ଡାଇ ପୌରପରିଷଦ ଯୋଗାଣ ବିଭାଗର ଓ ଜିଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢ଼ାଉ ପଟ୍ଟାମୁଣ୍ଡାଇ ୨୫/୮-ପଟ୍ଟାମୁଣ୍ଡାଇ ସହରରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଏବଂ ମିଠା ଦୋକାନଗୁଡ଼ିକରେ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ମିଳିତ ଚଢ଼ାଉ ଅଭିଯାନ ସଂଗଠିତ ହୋଇଯାଇଛି। ସହରର ବିଭିନ୍ନ ପ୍ରମୁଖ ହୋଟେଲଗୁଡ଼ିକରେ ଚଢାଉ କରାଯାଇ ଭେଜାଲ ତଥା ନକଲି ଛେନା, ପନୀର ଏବଂ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଯାଂଚ କରାଯାଇଛି। […]
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ନେତୃତ୍ୱ ରେ ରାଜକନିକା ବ୍ଲକ ର ବାରାହାଦୋମଣ୍ଡା ଗ୍ରାମ ପଞ୍ଚାୟତର ଗ୍ରାମ ମାନପୁର, ଭାମଣ୍ଡା,କନପୁର, ଗୁଣ୍ଠଳ ବନ୍ୟା ପ୍ରଭାବିତ ଅଞ୍ଚଳର ରେ ରାହାତ ( ରିଲିଫ) ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା। ରିଲିଫ ବଣ୍ଟନ କାର୍ଯ୍ଯକ୍ରମରେ ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କୋଷାଧ୍ୟକ୍ଷ ଏମ.ଡବ୍ଲୁ.ଓ ମନୋଜ […]
କେନ୍ଦ୍ରାପଡ଼ା ୨୪ା୮ : ଆସନ୍ତା ୨୭ ତାରିଖ ଗୁରୁବାର ରକ୍ଷାବନ୍ଧନ ଏବଂ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ। ତେଣୁ ପୁରୀ ଶ୍ରୀକ୍ଷେତ୍ରରୁ ଭଉଣୀ ମା’ସୁଭଦ୍ରା ପଠାଇଥିବା ପାଟରାକ୍ଷୀକୁ ଶ୍ରୀବଳଦେବଜୀଉ ଜନ୍ମଦିନରେ ପିନ୍ଧିବେ। ମହାପ୍ରଭୁଙ୍କ ପାଇଁ ପାଟ ସେବା ସଂଘ ପକ୍ଷରୁ ଶ୍ରୀମନ୍ଦିର ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ଆଣି ତୁଳସୀ କ୍ଷେତ୍ରରେ ଆଜି ପହଞ୍ôଚ ଥିଲେ । ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ […]
୭୨ଟି ବ୍ୟକ୍ତିଗତ ଓ ୧୪ଟି ସାମୁହିକ ଅଭିଯୋଗ ରାସ୍ତାଘାଟ ମରାମତି, ଉତମ ସ୍ୱାସ୍ଥ୍ୟସେବା ନେଇ ବିକାଶପରିଷଦର ଦାବୀ ପଟ୍ଟାମୁଣ୍ଡାଇ ୨୪/୮ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ। ବନ୍ୟା ସମୟ ଥିବାରୁ ଧୋୟାଂଚଳ ଲୋକମାନେ ଅନୁପସ୍ଥିତି ଥିବାବେଳେ ମୁଖ୍ୟତଃ ଗୋଖାଦ୍ୟ […]
ପଟ୍ଟାମୁଣ୍ଡାଇ ୧୪/୮ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ବନ୍ୟା ସ୍ଥିତି ସଂକଟଜନକ ରୂପ ନେଇଥିବା ବେଳେ ସିଂହଗାଁ ଓ ପେଣ୍ଠପାଳ ଗ୍ରାମପଂଚାୟତର ବହୁ ଗ୍ରାମ ଦୀର୍ଘ ୧୦ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଏହି ଦୁଇଟି ପଂଚାୟତର ବହୁ ଗ୍ରାମ ଦୁଃଖୀ, ଦରିଦ୍ର, ଗରିବ ଓ ଅସହାୟ ପରିବାରଗୁଡ଼ିକ ଚରମ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି।ଏଭଳି ବିପଦପୂର୍ଣ୍ଣ ସମୟରେ ବନ୍ୟା […]
କେନ୍ଦ୍ରାପଡ଼ା, ୨୩/୮ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା, ଗର୍ଭବତୀ କରାଇବା ପରେ ଜୋରଜବରଦସ୍ତ ଗର୍ଭପାତ କରାଇବା, ସୁନାଗହଣା ଓ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଆଧାରରେ ପାଟକୁରା ଥାନା ପୋଲିସ କେସ୍ ନମ୍ବର ୨୧୪/୨୦୨୬ ରୁଜୁ କରି ଅଭିଝୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ପଟ୍ଟାମୁଣ୍ଡାଇ ୨୩/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ଜଳ କିଛି ପରିମାଣରେ ହ୍ରାସ ପାଇଥିଲେ ସୁଦ୍ଧା ଲୋକଙ୍କ ଜନଜୀବନ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରି ନାହିଁ। ବ୍ରାହ୍ମଣୀ ଓ କାଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ବି ବହୁ ଗ୍ରାମ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛିା ବିଚ୍ଛିନ୍ନ ହୋଇପଡ଼ିଥିବା ଗାଁଗୁଡ଼ିକୁ ଯାତାୟାତ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଛି। ମାଟିଚାଳ ଘରେ ରହୁଥିବା ଶହ […]
ପଟ୍ଟାମୁଣ୍ଡାଇ୨୩/୮ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଦ୍ୱାରା ଏକ ବଡ ଡକାୟତି ଯୋଜନା ପଣ୍ଡ ହୋଇଛି। ସହରର ବିଭିନ୍ନ ସପିଂ ମଲ୍, ମାର୍କେଟ କମ୍ପେ୍ଲକ୍ସ, ଘର ଓ କ୍ୱାର୍ଟର୍ସରୁ ଲୁଟପାଟ ପାଇଁ ଚକ୍ରାନ୍ତ କରୁଥିବା ବେଳେ ପୋଲିସ ୪ ଜଣ ଦୁର୍ବୃତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଦଳ ଶନିବାର ରାତି ପ୍ରାୟ ୨ଟା […]
କେନ୍ଦ୍ରାପଡ଼ା ୨୨/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ରିଲିଫ୍ ସହାୟତା ପହଁଚାଇବା ଉଦ୍ଦେଶ୍ୟରେ ଏଡିଏମ୍ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଏଡିଏମ୍ (ସାଧାରଣ) ନବକ୍ରିଷ୍ଣ ଜେନା ଆଜି ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏଡିଏମ୍ ଦ୍ୱୟ ଅଳପୁଆ, ତରଡିପାଳ ଓ ସିଂହଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରଭାବିତ […]

