ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ


କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତତ୍‌ସହିତ ତାଲୁକ୍ ସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲରେ ୧୮୧ଟି ଏନ୍‌.ଆର୍‌. ମାମଲା୍ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩୪ଟି ମାମଲା ସମାଧାନ ହୋଇ ୧,୭୯,୧୯୫ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଟଙ୍କା ନେଣଦେଣ କେସ୍ ବାବଦରେ ୧୧୬ଟି ମାମଲା ପଞ୍ଜିକୃତ ହୋଇ ୩୮ଟି ମାମଲାର ଫଇସଲା ହୋଇ ୩୯,୬୭,୫୨୯.୨୪ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ମଟରଯାନ ଦୁର୍ଘଟଣା ଜନିତ ମାମଲା ବାବଦରେ ୫୫ଟି ମାମଲା ପଞ୍ଜିକୃତ ହୋଇ ୧୪ଟିର ସମାଧାନ କରାଯାଇ ୩୬, ୬୦, ୦୦୦ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ରାଜସ୍ୱ ମାମଲା ବାବଦରେ ୨୬୪୪ ଟି ପଞ୍ଜିକୃତ କରାଯାଇ ୨୩୧୫ ଟି ମାମଲା ଫଇସଲା ସହିତ ୩, ୭୧, ୦୫୪ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ତତ୍‌ସହିତ ବ୍ୟାଙ୍କ ଋଣ ବାବଦରେ ୫୨୭୩ଟି ମାମଲା ପଞ୍ଜିକୃତ ହୋଇ ୭୨୪ଟି ମାମଲା ଫଇସଲା କରାଯାଇ ୨, ୭୬, ୫୩୯ ଟଙ୍କା ଜୋରିମାନା ଆଦାୟ କରା୍‌ାଇଥିଲା । ସମୁଦାୟ ୪୨୨୪ଟି ମାମଲା ପଞ୍ଜିକୃତ ହୋଇ ୨୭୨୬ଟି ମାମଲାର ସମାଧାନ କରାଯାଇଥିଲା ଓ ୮୧, ୭୭, ୭୭୮.୨୪ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଷ୍ଣୁଦେବ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତକୁ ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ପରିଚାଳନା କରିଥିଲେ ।

Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଆବର୍ଜନା ବୋଝରେ ନିଆଁ , ଅଳ୍ପକେ ବର୍ତୀଲା ବାଉଁସବାଡି ଘର ; ଧୂଆଁରେ ଅଣନିଃଶ୍ୱାସୀ ପୌରାଂଚଳବାସୀ

Sat Mar 8 , 2025
ପଟ୍ଟାମୁଣ୍ଡାଇ ୮/୩ – ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ହୋଇଥିବାବେଳେ ପଟ୍ଟାମୁଣ୍ଡାଇ ପୌରାପାଳିକାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁସିଡି ପଡିଛି । ଜଳ, ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଆବର୍ଜନା ବୋଝ ନିଆଁ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଛି ପୌରାଂଚଳବାସୀ । ଶନିବାର ମଧ୍ୟହ୍ନରେ ଏମଏନ ହାଇସ୍କୁଲ ପାଖ ଆବର୍ଜନା ଗଦାରେ ପୌରକର୍ମଚାରି […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading