
ପଟ୍ଟାମୁଣ୍ଡାଇ ୬/୩- ଓଡିଆ ଅସ୍ମିତା ଦ୍ୱାହି ଦେଇ ଶାସନକୁ ଆସିଥିବା ଭାଜପା ସରକାର ଓଡିଶାର ବରପୁତ୍ରଙ୍କୁ ଭୁଲି ଅଣସାମ୍ବିଧାନୀକ ମତେ ପଂଚାୟତିରାଜ ଦିବସ ପରିବର୍ତନକୁ ନେଇ ରାଜନୀତି ଜୋର ଧରିଛି । ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ, ନଗର,ଯୁବ ଛାତ୍ର ବିଜେଡି ପକ୍ଷରୁ ଗୁରୁବାର ବିଜୁ ପଟ୍ଟାନାୟକ ଛକରେ ଗଣଧାରଣା ଦିଆଯାଇଥିଲା । ରାଜ୍ୟରେ ପଂଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ ରାଜ୍ୟ ସରକାର ଏହାକୁ ଏପ୍ରିଲ ୨୪ରେ ପାଳନ କରିବା ନିଷ୍ପତି ଦୁର୍ଭାଗ୍ୟଜନକ। ଏହା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ବିଜେଡି ନେତାକର୍ମୀ ମାନେ ମତ ପ୍ରକାଶ କରିବା ସହ ସାରା ଓଡ଼ିଶାର ଲୋକ ଏହାକୁ ପ୍ରତିବାଦ କରିବେ ବୋଲି ବିଜେଡି କହିଛନ୍ତି।
ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି କିଶୋର ସାହୁଙ୍କଙ୍କ ନେତୃତ୍ୱରେ ରାଜନଗର ବିଧାୟିକ ଧ୍ରୁବ ସାହୁଙ୍କ ସହ ଶତାଧିକ ଦଳୀୟ କର୍ମୀ ଓ ନେତାମାନେ ପୋଖରିଆପଡା ହରପାର୍ବତି ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାଜ୍ୟ ଡବଲଇଂଜିନ ସରକାର ବିରୋଧରେ ନାରାବାଜି ଦେଇ ବାଇପାସ ଛକ ପର୍ଯ୍ୟନ୍ତ ଯାଇଥିଲା । ରାଜନଗର ବିଧାୟିକ ସାହୁଙ୍କ ସହ ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ପ୍ରଥମେ ଛକରେ ଥିବା ବିଜୁ ବାବୁଙ୍କଙ୍କ ପ୍ରତିମୂିର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବାଇପାସ ଛକରେ ବିଶାଳ ଗଣଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜେଡି କର୍ମୀମାନେ ଟାଇଆଳ ଜଳି ରାସ୍ତାରୋକ କରିଥିଲେ । ଉଭୟ ପକ୍ଷରୁ ଆସୁଥିବା ଯାନବାହନ ଚଳାଚଳରେ ବାଧା ଉପୁଜିଥିଲା ।ଏହି ପ୍ରତିବାଦ ସଭାରେ ରାଜନଗର ବିଧାୟକ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ମ୍ୟୁନ ସାମନ୍ତରୟ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ବହୁ କଉନସିଲର, ସରପଂଚ, ସମିତିସଭ୍ୟାସଭ୍ୟ ଓ ବିଜେଡିର ସାଂଗଠନିକ ନେତୃ ମଣ୍ଡଳୀ ଉପସ୍ଥିତ ରହି ପଂଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶାରେ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଓଡ଼ିଶାରେ ପଂଚାୟତିରାଜ ଦିବସ ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଛି । ମାତ୍ର ଓଡିଆ ଅସ୍ମିତା ଦ୍ୱାହି ଦେଇ ଶାସନକୁ ଆସିଥିବା ଭାଜପା ସରକାର ଓଡିଶାର ବରପୁତ୍ରଙ୍କୁ ଭୁଲି ଅଣସାମ୍ବିଧାନୀକ ମତେ ପଂଚାୟତିରାଜ ଦିବସକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତିି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ନେତୃମଣ୍ଡଳୀ ମାନେ ପ୍ରତିବାଦ କରିଥିଲେ । ସେହିପରି ବିଧାୟକ ସାହୁ କହିଥିଲେ ଦେଶରେ ପଂଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇ ପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଂଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତି ନେଇଥିଲେ। ବର୍ତମାନର ଭାଜପା ସରକାର ଏହି ନିଷ୍ପତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି। ଆଗକୁ ଭାଜପା ସରକାର ଚାହିଁଲେ ଓଡିଆ ନୂଆ ବର୍ଷ, କୃଷି ଦିବସ ଆଦି ଅସ୍ମିତା ପାଇଁ ବଦଲାଇ ପାରିବେ । ରାଜ୍ୟ ଭାଜପା ସରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନ ସାଧାରଣ ବିଚାର କରିବେ ବୋଲି ସେ କହି ରାଜ୍ୟର ଭାଜପା ସରକାରକୁ କଟୁ ସମାଲୋଚନା କରିଥିଲେ।
Discover more from
Subscribe to get the latest posts sent to your email.