ଗବେଷକ ଓ ଶିକ୍ଷାବିତ୍ ଡକ୍ଟର ନରେଶ ରାଉତଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନରେଶ ରାଉତଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ, ବାଙ୍କୀ, କଟକର ଆନୁକୁଲ୍ୟରେ ଗୋବିନ୍ଦ ସଦନ ଭୁବନେଶ୍ୱର ଠାରେ ୧୯ ତମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ବହୁ ପ୍ରତିଭାଧାରୀ ବ୍‌୍ୟକ୍ତିଙ୍କୁ ସମ୍ମାନୀତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଶିଷ୍ଟ କବି ବାହାଦୁର ପାଟ୍ଟଶାଣୀ ଓ ପ୍ରାକ୍ତନ ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ବିଶିଷ୍ଟ ସମାଜସେବୀ ଶିକ୍ଷାବିତ୍ ଶଶଧର ପଣ୍ଡା ଓ ଅସ୍ତିସଲ୍ୟ ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଡାକ୍ତର ରବି ନାରାୟଣ ପଣ୍ଡା ପ୍ରମୁଖ ଓ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଡକ୍ଟର ରାଉତଙ୍କୁ ନିଜର ପ୍ରଚଣ୍ଡ ଅଧ୍ୟବସାୟ, କଠିନ ପରିଶ୍ରମ,ନିଷ୍ଠା ଓ ବଳିଷ୍ଠ ତ୍ୟାଗ ପାଇଁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଗୋଲ୍ଡ ମେଡାଲ ଆୱାର୍ଡ, ନୂଆ ଦିଲ୍ଲୀ, ଓ ଭାରତ ସେବା ପୁରସ୍କାର ପ୍ରଦାନ କରାଯାଇଛି । ସେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହିତ ରେଭେନସା ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଅଧୟନ କରିଛନ୍ତି । ବିଭିନ୍ନ ପତ୍ରପତ୍ରିକାରେ ସେ ଚାଳିଶ ରୁ ଉର୍ଦ୍ଧ ଗବେଷଣା ପତ୍ର ସହିତ ପାଂଚଟି ପୁସ୍ତକ ରଚନା କରିସାରିଛନ୍ତି । ସେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ କୃତିତ୍ୱ ଓ ଅଭିଜ୍ଞତା ହାସଲ କରିଛନ୍ତି । ଡକ୍ଟର ରାଉତ ଙ୍କର ଜନ୍ମସ୍ଥାନ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ବେଲତଳ ଗ୍ରାମରେ ହୋଇଥିବା ବେଳେ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ ହୋଇ ଥିବାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସାରଥି ବାବା କେନ୍ଦ୍ରାପଡ଼ା ଫେରିବେ , ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି

Wed Mar 5 , 2025
ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି। କୋର୍ଟଙ୍କ ନିର୍ଦ୍ଦେଶନୁସାରେ, ଝବକ୍ସବଗ୍ଧଷସ ଆଶ୍ରମ ଯାଇପାରିବେନି କି ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି। ସକାଳ ସାଢ଼େ ୫ରୁ ସଂଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading