ଅଠରବାଟିଆ ପ୍ରାଣି ଚିକିତ୍ସାଳୟ ସ୍ଥାୟୀ ଘର ନାହିଁ , ୧୯୮୬ ମସିହାରୁ ପ୍ରତିଷ୍ଠିତ ହେଲାଣି ଚିକିତ୍ସାଳୟ


ପଟ୍ଟାମୁଣ୍ଡାଇ ୨୮/୨ – ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତବାସୀଙ୍କୁ ଉତମ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୧୯୮୬ ମସିହାରେ ଅଠରବାଟିଆ ଠାରେ ଏକ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ନରସିଂହପୁର ପଂଚାୟତର ଅଠରବାଟିଆ, ପଛପଡା, ଅଇନପଡା, ଅଢାଖଣ୍ଡ, ମଠସାହି, ନରସିଂହପୁର, ଗଙ୍ଗାରାମପୁର ଡିହାପଡା ପଂଚାୟତର କୁପୁଣି, ଡିହାପଡା ଓ ଖଡିଅଂଟା ପଂଚାୟତର ଆମ୍ବେର, ନଅଢଳିଆ, ସିମୁଳିଆ ଆଦି ବିଭିନ୍ନ ଗ୍ରାମର ହଜାର ହଜାର ଲୋକ ତାଙ୍କର ଗୃହପାଳିତ ପ୍ରାଣୀ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଇତି ମଧ୍ୟରେ ଦୀର୍ଘ ୩୯ ବର୍ଷ ବିତି ଯାଇଥିଲେ ମଧ୍ୟ ଅଠରବାଟିଆ ପ୍ରାଣୀ ଚିକିତ୍ସାଳୟ ଅସ୍ଥାୟୀ ଘରେ ଦୟନୀୟ ଭାବେ ଚାଲୁଛି । ସ୍ଥାୟୀ ଗୃହ ନଥିବାରୁ ଚିକିତ୍ସା ସେବା ବ୍ୟାହତ ହୋଇପଡୁଛି । ମାତ୍ର ପାଖ ପଂଚାୟତ ଖଡିଅଂଟାରେ ପ୍ରାଣୀ ଚିକିତ୍ସାଳୟ ଘର ହୋଇଛି । ହେଲେ ଗତ ୧୫ ବର୍ଷ ହେବ ପ୍ର।।ଣୀ ଚିକିତ୍ସକ ନିଯୁକ୍ତ ହୋଇନାହାଁନ୍ତି । ସେ ଘର ପଡିରହି ଜଣେ ବ୍ୟକ୍ତିଙ୍କ ଜବରଦଖଲକୁ ଚାଲିଯାଇଛିି । ପୂର୍ବ ସରକାର ଏକ ଅଜବନିତିରେ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ନରସିଂହପୁର ସରପଂଚ ଦିପ୍ତିମୟୀ ପରିଡା ଓ ବିଜେପି ନେତା ସୁଶୀଲ ପରିଡା, ଗିରଜା ସାମଲ ପ୍ରମୁଖ ନିବେଦନ କରିଛନ୍ତି ।

Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଓଳକଣା ମେଲଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ , ବିମାନ ଶୋଭାଯାତ୍ରାରେ ଡିଜେ ବନ୍ଦ ନିଷ୍ପତ୍ତି

Fri Feb 28 , 2025
କେନ୍ଦ୍ରାପଡା,୨୮ା୨: ଆସନ୍ତ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଓଳକଣା ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ମେଳଣଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ହୁଏ। ତେବେ ଶୁକ୍ରବାର ମେଳଣ ପଡିଆ ସ୍ଥିତ ଭଗବାନ ବିଦୁରଙ୍କ ମନ୍ଦିର ବେଢାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ୱୟ କମିଟି ସଭାପତି ଡ. ନାମାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading