କେନ୍ଦ୍ରାପଡ଼ା,୩୦ା୮:ଚଳିତ ବର୍ଷ ବ୍ରାହ୍ମଣୀ ସିଷ୍ଟମରେ ଲଗାତର ବନ୍ୟା କାରଣରୁ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ପ୍ରଭୃତି ଚାରିଟି ବ୍ଲକ ଅଞ୍ଚଳର ୫୧ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ଗୋଟି ୱାର୍ଡର ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି। ମାସାଧିକ କାଳ ଧରି ଲୋକେ ସର୍ପ, କୁମ୍ଭୀର ଓ ବାରାହା ଆତଙ୍କରେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ସରକାରୀ ଅବହେଳା ଓ ପ୍ରଶାସନିକ ସ୍ଥାଣୁତା ଲୋକଙ୍କ ଏହି ଦୁଃଖକୁ ବହୁ […]

୨୦୨୬-୨୭ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠର ପ୍ରଥମ ତ୍ରୈମାସିକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଆଇ.କ୍ୟୁ.ଏ.ସି.ର ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହିତ […]

କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଖେଳକୁଦ ଅନୁଷ୍ଠାନ ବଗଡା ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୧୦ଟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କ ଭିତରେ ଏକ କ୍ୟାରାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଣପୁର ହାଇସ୍କୁଲର ସତ୍ୟମ ଓ ରମାକାନ୍ତଙ୍କ ଯୋଡି ଚମ୍ପିଆନ ହୋଇଥିବା ବେଳେ ବଗଡା ହାଇସ୍କୁଲର ମାନସ ଓ ନିର୍ମାଲ୍ୟ ରନର୍ସଅପ ହୋଇଥିଲେ। ମେରା ଯୁବଭାରତ ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନାଙ୍କ ଦ୍ୱାରା […]

ପଟ୍ଟାମୁଣ୍ଡାଇ ୨୯/୮-ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଆଇନଗତ ଅଧିକାର ବିଷୟରେ ଜାଗ୍ରତ କରିବା ଏବଂ କ୍ୟାମ୍ପସରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଏକ ବିଶେଷ ସଚେତନତା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ […]

  ଚିନ୍ତାରେ ପ୍ରବାସୀଙ୍କ ପରିବାର ପଟ୍ଟାମୁଣ୍ଡାଇ୨୯/୮ – ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କର ବନ୍ୟା, ପାହାଡ଼ ଧସିବା ଓ ବ୍ୟାପକ ବିପର୍ଯ୍ୟୟ ଯୋଗୁଁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଶତାଧିକ ପ୍ରବାସୀ ଶ୍ରମିକ ସେଠାରେ ଫସି ରହିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନଙ୍କର ସୁରକ୍ଷାକୁ ନେଇ ଏଠାକାର ଗାଁ ଗଣ୍ଡାରେ ଥିବା ପରିବାର ଲୋକେ ଗଭୀର ଚିନ୍ତା ଓ ଦୁର୍ଭାବନା ମଧ୍ୟରେ ଦିନ କାଟୁଛନ୍ତି। ଏତେବଡ଼ ସଙ୍କଟସଜନକ ପରିସ୍ଥିତି […]

ପଟ୍ଟାମୁଣ୍ଡାଇ ତା ୨୯/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି ।  ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ […]

ପଟ୍ଟାମୁଣ୍ଡାଇ ୨୯/୮ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ଶାଖା ନାଳରେ ଗାଧୋଇବା ସମୟରେ ବୁଡ଼ିଯାଇ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ସ୍ଥାନୀୟ ତନୂପୁର ଗ୍ରାମର ସନ୍ତୋଷ ମଲିକ ଝିଅ ଅଞ୍ଜଳି (୧୩) ବୋଲି ଗ୍ରମବାସୀ କହିଛନ୍ତି ।ଗ୍ରାମବାସୀଙ୍କ କହିବା ଅନୁସାରେ, ଶନିବାର ମଧ୍ୟାହ୍ନ ସମୟରେ ଅଞ୍ଜଳି ଘର ପାଖ ନଦୀରନାଳକୁ ଗାଧୋଇବା ପାଇଁ […]

Pattamundai: 28-8: Families in several villages of Kendrapara district are worried about the safety of their relatives working as plumbers in Nepal following devastating flash floods and mudslides in the Himalayan country. Balaram Mohanty (72) of Belatala village under Pattamundai block is among those anxiously following television reports on the […]

କେନ୍ଦ୍ରାପଡ଼ା,୨୭ା୮:କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଓ ଯୁବ ଭାରତର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବା କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍‌ଠିତ ହୋଇଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଦ୍ୱାରା ପ୍ରେରିତ ଆନ୍ତର୍ଜାତୀୟ ଭଲିବଲ୍ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଭାରୋଉତ୍ତୋଳନ ଖେଳାଳି ରୋନିତ ରୋଶନ ସ୍ୱାଇଁ, କେନ୍ଦ୍ରାପଡ଼ାର ସୁନାମଧନ୍ୟ […]

କେନ୍ଦ୍ରାପଡ଼ା,୨୭ା୮:ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଇଛାପୁରସ୍ଥିତ ଯାତ୍ରୀନିବାସରେ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପରିଷଦ ସଭାପତି ରାଜେଶ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଉମାଶଙ୍କର ଜେନା ସ୍ୱାଗତ ଭାଷଣ ପ୍ରଦାନ ସହ ବିବରଣୀ ପାଠ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୁହୁରିଆ ଠାରେ ରସାବଳୀ ହବ୍ ପ୍ରତିଷ୍ଠା ପାଇଁ ପରିଷଦ ପକ୍ଷରୁ […]

Breaking News