ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟିର ବୈଠକ


କେନ୍ଦ୍ରାପଡା, ତା.୦୪.୦୩.୨୦୨୫ରିଖ:- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟିର ଏକ ବୈଠକ ଆଜି ପୂର୍ବାହ୍ଣ ଘ. ୧୦:୩୦ ମିନିଟ ସମୟରେ ଜିଲ୍ଲା ପରିଷଦ ସଭାଗୃହଠାରେ ଅରବିନ୍ଦ ମହାପାତ୍ର, ମାନ୍ୟବର ବିଧାୟକ ପାଟକୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଭାଗୀୟ ବିକାଶମୂଳକ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଲୋଚ୍ୟ ବିଷୟବସ୍ତୁ ମଧ୍ୟରେ ରାସ୍ତା ଏବଂ କୋଠବାଡି ବିଭାଜନ ଅଧିନସ୍ଥ ରାସ୍ତାର ପ୍ରଶସ୍ତିକରଣ ତଥା ନୂତନ ରାସ୍ତା ନିର୍ମାଣ, ଟିପିସିଓଡିଏଲ ଦ୍ୱାରା ବିଦ୍ୟୁତ୍ ସଂଯୋଗୀକରଣ, ନୂତନ ଟ୍ରାନ୍ସଫରମର ସ୍ଥାପନ, ପାଟକୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ, ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନରେ ପୁରାତନ ଚିକିତ୍ସାଳୟର ପୁନଃରୁଦ୍ଧାର ଏବଂ ନୂତନ ଚିକିତ୍ସା ଗୃହ ନିର୍ମାଣ, ଆସନ୍ତା ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଯୋଗାଣ ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡର ପ୍ରସ୍ତୁତି, ଗ୍ରାମ୍ୟ ଉନ୍ନୟନ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟରତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାର ରୂପରେଖ ଓ କାର୍ଯ୍ୟାନ୍ୱୟନ ଆଦି ସ୍ଥାନ ପାଇଥିଲା । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳର ଯୋଗାଣ ତଥା ସୁବନ୍ଦୋବସ୍ତ ଉପରେ ମାନ୍ୟବର ବିଧାୟକ ଗୁରୁତ୍ୱାରୋପ କରିଥିଲେ । ଏତଦବ୍ୟତୀତ ଜଳ ନିଷ୍କାସନ ନିମନ୍ତେ ବର୍ଷା ଋତୁର ଆଗମନ ପୂର୍ବରୁ ସ୍ଥାୟୀ ନାଳର ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କିଭଳି ସରସ ସୁନ୍ଦର ହେବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଥିଲେ ବିଧାୟକ । ସମସ୍ତ ବିକାଶମୂଳକ କାର୍ଯ୍ୟର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ମାନ୍ୟବର ବିଧାୟକ ଆଲୋକପାତ କରିଥିବା ସମୟରେ ଏହା କିପରି ସଠିକ ସମୟ ମଧ୍ୟରେ ସମ୍ପାଦନ ହେବ ଏଥି ପ୍ରତି ଧ୍ୟାନ ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନୀଲୁ ମହାପାତ୍ର ଆବାହନ କରିଥିବା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା /ଅଧ୍ୟକ୍ଷ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧକାରୀ ତଥା ନିର୍ବାହୀ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ଡେରାବିଶ, ବ୍ଲକ ଉନ୍ନୟନ ଅଧିକାରୀ, ଗରଦପୁର, ତହସିଲଦାର ଡେରାବିଶ, ତହସିଲଦାର ଗରଦପୁର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ଓ ସର୍ବଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

IND vs AUS Champions Trophy Semi Final 2025: : ସେମିଫାଇନାଲରେ କୋହଲିଙ୍କ କମାଲ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇ ଫାଇନାଲରେ ଭାରତ

Tue Mar 4 , 2025
ଦୁବାଇ ୪ା୩- ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ୨୦୨୩ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ ରଖାଯାଇଥିଲା […]

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading